ପାରାଦୀପ ଗଡ, 16/07/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିମୀଢ଼ି ଗ୍ରାମରେ ଶତାଧିକ ଯୁବକ ମାନେ ଦୀର୍ଘ ବର୍ଷ ହେବ "ମା ରାମଚଣ୍ଡି ୟୁଥ୍" ନାମରେ ଏକ ସାମାଜିକ ଯୁବ ସଂଗଠନ ଗଠନ କରି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି l ମାତ୍ର ଦୀର୍ଘ ବର୍ଷ ହେବ ଏକ ଦୁର୍ବଳ ଘରେ ଯୁବକ ସଂଘ କାର୍ଯ୍ୟ ଚାଲୁଥିବା ବେଳେ ଏହାର ନୂତନ ଗୃହ ନିର୍ମାଣ ପାଇଁ କ୍ଲବ୍ ର କର୍ମକର୍ତ୍ତା ମାନେ ସରପଞ୍ଚ ଙ୍କୁ ଅନୁରୋଧ କରିଥଲେ l ଫଳରେ ସରପଞ୍ଚ ତୁରନ୍ତ ଉକ୍ତ ଯୁବକ ସଂଘ ନିର୍ମାଣ ପାଇଁ ୪ ଲକ୍ଷ୍ୟ ୫୦ ହଜାର ଟଙ୍କା ଓ କ୍ଲବ୍ ପରିସରରେ ଶୌଚାଳୟ ନିର୍ମାଣ ପାଇଁ ୯୦ ହଜାର ଟଙ୍କା ପ୍ରଦାନ କରିଥିଲେ l ଉକ୍ତ ସଂଘ ର ସଭ୍ୟ/ସଭ୍ୟା ମାନେ ଦିନ ରାତି ଲାଗି ଯୁବକ ସଂଘ କାର୍ଯ୍ୟାଳୟ ପୂର୍ଣ୍ଣାଙ୍ଗ କରିବା ପରେ ଆଜି ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଅଛି l ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ନୂତନ ସଂଘ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ଉକ୍ତ ସଂଘ କାର୍ଯ୍ୟାଳୟ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାଶ, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଦେବ ଦୁର୍ଲ୍ଲଭ କର, ଚନ୍ଦ୍ର ଶେଖର ଚୌଧୁରୀ, ଶ୍ରମିକ ନେତା ଗୋଲେଖ ନାୟକ, ଅଲେଖ ମହାରଥା, କ୍ଳବ୍ ସଭାପତି ଶ୍ରୀଯୁକ୍ତ ଭାସ୍କର ସାହୁ, ଜୟନ୍ତ ସେନାପତି, ମନୋଜ ରାଉତ, ମହେଶ ରାଉତ, ରମେଶ ବେହେରା, ରାଜେଶ ସାହୁ, କ୍ଳବ୍ ସମ୍ପାଦକ: ଚିଣ୍ଟୁନା ରାଉତ, ଉପ-ସଭାପତି ଶ୍ରୀଯୁକ୍ତ ଅଭିଷେକ ଦାସ, ସହ-ସଂପାଦକ ଧନେଶ୍ଵର ସାହୁ, ମନୋଜ ସ୍ୱାଇଁ, ସରୋଜ ସ୍ବାଇଁ, ଆଲୋକ ପ୍ରଧାନ, ବିକ୍ରମ ସାହୁ , ତ୍ରିଲୋଚନ ବାରିକ, ବାବୁଲି ନାୟକ, ସରୋଜ ପଳାଇ ପ୍ରମୁଖ ଯୋଗ ଦେଇ ମା ରାମଚଣ୍ଡି ୟୁଥ୍ କ୍ଳବ୍ ର ଉତ୍ତରତ୍ୱର୍ ଉନ୍ନତି କାମନା କରିଥଲେ l ଉତ୍ତମ ସେବା ପାଇଁ ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାଶ ଓ ଶ୍ରେଷ୍ଟ ସରପଞ୍ଚ ଭାବେ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l


