ପାରାଦୀପ ଗଡ, 16/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୧୭.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଦୀପ ଗଡ ରେ ଅବସ୍ଥିତ ଥିବା "ଯୋଗ ସେବା କେନ୍ଦ୍ର" ର ୨୫ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି l
ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗ ଦେଇ କହିଥିଲେ ଯେ ପାରାଦୀପ ଅଞ୍ଚଳ ବର୍ତ୍ତମାନ ରାଜ୍ୟର ଏକ ପଦୃଷିତ ଅଞ୍ଚଳ ହୋଇ ଗଲାଣି l
ଦୈନ ଦିନ ହଜାର ହଜାର ମାଲବାହୀ ଗାଡ଼ି ଚଳାଚଳ ଓ କଳ କାରଖାନାରେ ବହୁଳ ରାସାୟନିକ ପଦାର୍ଥ ବ୍ୟବହାର ଯୋଗୁ ପରିବେଶ ପଦୂଶିତ ହୋଇ ଗଲାଣି l ପ୍ରତିଦିନ ସ୍ଥାନୀୟ ଅଂଚଳର ଲୋକ ମାନେ ନାନା ଦୁରସାଧ୍ୟା ରୋଗରେ ପିଡୀତ ହୋଇ ମୃତ୍ୟୁ ବରଣ କରୁଛନ୍ତି l ଏଥିପାଇଁ ଯୋଗ ହିଁ ଏକମାତ୍ର ଚିକିତ୍ସା l ପ୍ରତ୍ୟେକ ଲୋକ କିଛି ସମୟ ବାହାରକରି ପ୍ରତିଦିନ କିଛି ସମୟ ଯୋଗ କଲେ ରୋଗ ମୁକ୍ତ ହୋଇପାରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ଗୁରୁ ଅଜୟ କୁମାର ବେହେରା ଯୋଗଦେଇ ଯୋଗର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ l ଶ୍ରୀ ଗଣେଶ୍ୱର୍ ତରାଇ, ମାୟାଧର ସାହୁ, ମାନସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ l