ଏରସମା, 17/07/2025, ଉତ୍କଳ voice news - utkalvoicenews.com
ବାଲେଶ୍ୱର ଫକୀର ମୋହନ ସ୍ବବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି । ବାଲିକୁଦା ଏରସମା କଂଗ୍ରେସ ନେତା ଇଂ ନଳିନୀ ସ୍ୱାଇଁ ଙ୍କ ନେତୃତ୍ୱରେ ବାଲିକୁଦା ଏରସମା ର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସେହିପରି ଏରସମାର ଅନ୍ଧାରୀ ଛକରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରୁଛନ୍ତି । ଗୁରୁବାର ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ପାଳନ କରାଯିବ । ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି । ଅନ୍ଧାରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ କାଳନ୍ଦୀ ଚରଣ ମାଝୀ,ଏରସମା ବ୍ଲକ କଂଗ୍ରେସ ଦଳର ଉପ ସଭାପତି ନଳିନୀ ରଞ୍ଜନ ବେହେରା,ନୂଆଡିହି ପଞ୍ଚାୟତ ସଭାପତି ଯଶୋବନ୍ତ ବର୍ଦ୍ଧନ, ବାବାଜୀ ଚରଣ ସେଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଆନ୍ଦୋଳନରେ ଯୋଗଦେଥିଲେ।