ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

F M କଲେଜର ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟ ତରଫରୁ ଏରସମାରେ ବାରଘଣ୍ଟିଆ ବନ୍ଦ ପାଳନ ।

ଏରସମା, 17/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକଙ୍କ ରିପୋର୍ଟ) :
Article Image
ବାଲେଶ୍ଵର F M କଲେଜର ଛାତ୍ରୀ ଶୋମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ କୁ ନେଇ ସାରା ରାଜ୍ୟରେ ହୁଲୁଷ୍ଟୁଲୁ ହୋଇଥିବାବେଳେ ବାରଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପାଳନ କରୁଛି କଂଗ୍ରେସ୍ ସମେତ ଆଠଗୋଟି ଦଳ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ରେ । ଏହି ପରିପ୍ରେକ୍ଷୀ ରେ ଏରସମା ବଜାରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ପେଟ୍ରୋଲ ପମ୍ପ ସହିତ ସରକାରୀ କାର୍ଯ୍ୟାଳୟ ଓ ବସ ଚଳାଚଳ ମଧ୍ୟ ଏକ ପ୍ରକାର ଠପ ହୋଇଯାଇଛି।ଅନ୍ୟ ପଟେ F M କଲେଜର ଛାତ୍ରୀ ସୋମ୍ୟଶ୍ରୀ ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ଅପାରଗତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିୟନ୍ତୁ ବୋଲି ଦାବି କରିଛି ଯୁବ ଏବଂ ଛାତ୍ର କଂଗ୍ରେସ। ଯଦି ଆଗାମୀ ଦିନରେ ସୋମ୍ୟାଶ୍ରୀ ଙ୍କ ହତ୍ୟା ଖବରକୁ ରାଜ୍ୟ ସରକାର ଦବେଇ ଦେବା ପାଇଁ ଚେଷ୍ଟା କରନ୍ତି ତାହା ହେଲେ ଆନ୍ଦୋଳନ ଆହୁରି ତୀବ୍ର ରୁପ ନେବ ବୋଲି ଚେତାବନୀ ଦେଇଛି ଜାତୀୟ କଂଗ୍ରେସ। ଏହି ପରିପ୍ରେକ୍ଷୀ ରେ ବାଲିକୁଦା-ଏରସମା ବ୍ଲକର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାପାତ୍ର (ଜିତୁ ଭାଇ), କଂଗ୍ରେସ୍ ନେତା ଶ୍ରୀଯୁକ୍ତ ନଳିନୀ ସ୍ବାଇଁ, ବ୍ଲକ ସଭାପତି ବଲ୍ଲଭା ନନ୍ଦ ସ୍ଵାଇଁ ,ପଇଦା ସରପଞ୍ଚ ଶ୍ରୀମତୀ ଦିପ୍ତିରାଣି ପ୍ରଧାନ,ବ୍ଲକ କଂଗ୍ରେସ କୋଷାଧ୍ୟକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପଲ୍ଲୀକଣ୍ଟା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଂଶୟ କୁମାର ସ୍ଵାଇଁ,ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଦୀପ୍ତି ରଞ୍ଜନ ସାହୁ ପ୍ରଭୁତି ଉପସ୍ଥିତି ରହି ଏ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଥିଲେ।ଏ ଉଭୟ ଭାରତୀୟ ଜାତୀୟ କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମିଳିତ ଆନୁକୁଲ୍ୟ ରେ ପାଳନ କରାଯାଇଛି।
Article Image
Article Image
2