ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ସହିତ କମ୍ୟୁନିଷ୍ଟ ଓଡିଶା ବନ୍ଦ ଡାକରା କୁଜଙ୍ଗ ରେ ସଫଳ

କୁଜଙ୍ଗ, 17/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତରଫରୁ କଂଗ୍ରେସର ଏବଂ କମ୍ପୁନିଷ୍ଟ ସ୍ୱର ଆନ୍ଦୋଳନ, ଖାଲି କୁଜଙ୍ଗ କାହିଁକି ଆଜି ସାରା ଓଡ଼ିଶା ସୈମ୍ୟଶ୍ରୀ ବିଶିଙ୍କ ପାଇଁ ରାଜରାସ୍ତାରେ। ଆମ ମାନଙ୍କ ଭଉଣୀ ସୈମ୍ୟଶ୍ରୀ ଯିଏକି କରାଟିରେ ମାଷ୍ଟର ଚମ୍ପିୟାନ ଏବଂ ଏବିଭିପିର ଜଣେ ଛାତ୍ରୀ ଯେଉଁ ଏବିଭିପି କି ବିଜେପିର ଗୋଟେ ଅଂଶ। ସେହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରର ଛାତ୍ରୀ ହୋଇ ମଧ୍ୟ ଆଜି ସରକାର ନିରବ। ଯଦି ସେ ସାଧାରଣ ବାପା ମା'ଙ୍କ ଜାଗାରେ ଯଦି କୌଣସି ବିଧାୟକ କିମ୍ବା କୈାଣସି ମନ୍ତ୍ରୀଙ୍କ ଝିଅ ହୋଇଥାନ୍ତେ ତାହାଲେ ବି କ'ଣ ଏ ସରକାର ନିରବ ହୋଇ ବସିରହିଥାନ୍ତା , ଏହା ହେଉଛି ମୁଖ୍ୟ ପ୍ରଶ୍ନ। ଗୋଟେ ଛାତ୍ରୀ ବାରମ୍ବାର ବାରମ୍ବାର ବିଧାୟକଙ୍କୁ ଜଣାଇଛି ଏସ୍ପିଙ୍କୁ ଜଣାଇଛି ଶିକ୍ଷାମନ୍ତ୍ରୀଙ୍କୁ ଜାଣାଇଥଲା ଏବଂ ଏମିତିକି ମୋହନ ମାଝିଙ୍କୁ ଚିଠି ମଧ୍ୟ କରିଥିଲା। ସେତେବେଳେ ଏ କଥାଟିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନିଆଗଲାନି , ହେଲେ ଆଜି ଯେତେବେଳେ ଫକିରମୋହନ ମହାବିଦ୍ୟାଳୟର ଛାତ୍ରୀ ତଥା ଆମ ମାନଙ୍କ ଭଉଣୀ ସୈମ୍ୟଶ୍ରୀ ନିର୍ଯାତନା ସହିନପାରି ପ୍ରଧାନଶିକ୍ଷକଙ୍କ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ସେତେବେଳେ ସରକାର ମୁହଁରୁ କଥା ବାହାରୁଛି। କ'ଣ ନା ଆମେ ଛାତ୍ରୀ ସୈମ୍ୟଶ୍ରୀ ପାଇଁ ଅନୁତାପ କରୁଛୁ , ଏବଂ ସୈମ୍ୟଶ୍ରୀଙ୍କ ପାଇଁ ଶୋକ ଦିବସ ପାଳନ କରୁଛୁ । ଯଦି ବିଜେପି ସରକାର ଠିକ୍ , ଯଦି ମୋହନ ସରକାର ଏକ ନ୍ୟାୟବାଦୀ ସରକାର ତେବେ ଏତେଦିନ ଧରି ଗୋଟେ ଛାତ୍ରୀକୁ ନ୍ୟାୟ ମିଳିପାରୁନଥଲା କ'ଣ ପାଇଁ। ଯାହାର ଫଳାଫଳ ଆଜି ଏ ଯାହା ମହିଳା ଜାତି ଏବଂ ସାରା ଛାତ୍ର ସଂଗଠନ ଏବଂ କଂଗ୍ରେସ ସହିତ କମ୍ପୁନିଷ୍ଟ କର୍ମୀ ସ୍ଵର ଆନ୍ଦୋଳନ କରି ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ତେଣୁ ଯଦି ଏହାର ସଠିକ୍ ବିଚାର ନ କରାଯାଏ ଡବଲ୍ ଇଂଜିନ ସରକାର ଉପରେ ଯଦି ଏହାର କିଛି ପ୍ରଭାବ ନପଡେ ତେବେ ଏହି ଧର୍ମଘଟ ଆନ୍ଦୋଳନ ଏକ ବିରାଟ ଝଡର ରୂପ ନେବ।
Article Image
Article Image
Article Image
Article Image
1