ବୁଗୁଡ଼ା, 18/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
ଗ୍ରାହକଙ୍କ ସୁବିଧା ପାଇଁ ବୁଗୁଡ଼ାର ଦୁଇଟି ସ୍ଥାନରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ ସ୍ଥାପନ ହୋଇଥିଲା । ଗୋଟିଏ ଏଟିଏମ ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ବେଳେ ଦ୍ବିତୀୟଟି ନୂଆଁ ବସଷ୍ଟାଣ୍ଡ ନିକଟରେ ଥିଲା । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହର ଠାରୁ ଦୂର କଲେଜ ରୋଡ଼ ଆଡକୁ ଘୁଞ୍ଚି ଯାଇଥିବା ବେଳେ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ଏଟିଏମ ଦୀର୍ଘ ୬ ମାସ ହେଲା ବନ୍ଦ ହୋଇ ରହିଛି । ସହରର ମଧ୍ୟ ଭାଗରେ ନୂଆଁ ବସଷ୍ଟାଣ୍ଡ ଓ ବିଇଓ ଅଫିସ ସାମ୍ନାରେ ଥୁବା ଏହି ଏଟିଏମ ଉପରେ ସର୍ବାଧୂକ ଗ୍ରାହକ ନିର୍ଭର କରୁଥିବା ବେଳେ ଏହି ଏଟିଏମ ବନ୍ଦ ହୋଇ ରହିବା ଫଳରେ ଗ୍ରାହକମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ଏଟିଏମକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି । ଏ ନେଇ ବ୍ୟାଙ୍କ କତୃପକ୍ଷଙ୍କୁ ପଚାରିବାରେ ଏହି ଏଟିଏମ ଖୋଲିବା ପାଇଁ ନୂଆଁ ଏଜେନସି ଦାୟିତ୍ଵ ନେଇଛି ତେବେ ଉକ୍ତ ଏଜେନ୍ସି କମ୍ପାନି ଏଟିଏମ ଖୋଲିବାରେ ଅବହେଳା କରୁଥିବା କହିଛନ୍ତି ।