ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ଶିକ୍ଷିକା ବିଧୁମୁଖୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି

ଏରସମା, 18/07/2025, ଉତ୍କଳ voice news - utkalvoicenews.com
Article Image
ଏରସମା, ନିମୋଳ ଗ୍ରାମର ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ନନ୍ଦଙ୍କର ପତ୍ନୀ ଆଦର୍ଶ ଅବସରପ୍ରାପ୍ତ ଶିକ୍ଷିକା ବିଧୁମୁଖୀ ମିଶ୍ରଙ୍କର ଦେହାନ୍ତ ହୋଇଥିବାବେଳେ ଆଞ୍ଚଳିକ ପୂଜ୍ୟ ପୂଜା ଚାରିଟେବଲ ଟ୍ରଷ୍ଟ ତରଫରୁ ଏରସମା ମକରଧ୍ଵଜ ଶିଳ୍ପ ତାଲିମ୍ କେନ୍ଦ୍ର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ନନ୍ଦ ମହୋଦୟଙ୍କର ପଟ୍ଟଶିଷ୍ୟ ତଥା ଟ୍ରଷ୍ଟ ଅଧ୍ୟକ୍ଷ ଯଯାତିକେଶରୀ ସାମନ୍ତରାୟଙ୍କ ତତ୍ୱାବଧାନରେ ଓ ସଭାପତି ପଣ୍ଡିତ ନାଗୁ ଚରଣ ଦେବତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପାଇଁ ଯୋଗଦେଇଥିଲେ ଟ୍ରଷ୍ଟ ସମ୍ପାଦକ ମହେଶ୍ୱର ସ୍ୱାଇଁ, ରାଜ୍ୟ ସଂଗଠକ ନଗେନ୍ଦ୍ରନାଥ ସ୍ୱାଇଁ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ସଭାପତି ପ୍ରେମ ଚରଣ ରାଉତ, ପ୍ରତାପ ଚନ୍ଦ୍ର ମଲିକ, ଅରୂପାନନ୍ଦ ସ୍ୱାଇଁ ପ୍ରମୁଖ l ବିଦ୍ୟାଳୟର ଛାତ୍ର, ଛାତ୍ରୀ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ l ସଭା ପ୍ରାରମ୍ଭରେ ଏକ ମିନିଟ ନୀରବ ପ୍ରାର୍ଥନା ସ୍ବର୍ଗତା ମିଶ୍ର ମହୋଦୟାଙ୍କ ପାଇଁ କରାଯାଇଥିବାବେଳେ ତାଙ୍କର ଜୀବନାଦର୍ଶ ଉପରେ ଆଲୋଚନା କରାଯାଇଥିଲା l ମିଶ୍ର ମହୋଦୟା ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ ତଥା ସମୟାନୁବର୍ତ୍ତୀ ଶିକ୍ଷିକା ଥିଲେ ବୋଲି ମଧ୍ୟ ସମସ୍ତଙ୍କର ଅଭିଭାଷଣରୁ ସୂଚିତ ହୋଇଥିଲା l ପରିଶେଷରେ ଟ୍ରଷ୍ଟ ଅଧ୍ୟକ୍ଷ ସମସସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l
1