ପାରାଦୀପ ଗଡ , 17/01/2025, ଉତ୍କଳ voice news - utkalvoicenews.comତା: ୧୭.୦୧.୨୦୨୫ ରିଖ ପାରାଦୀପ ସେବା ସମବାୟ ସମିତି, ପାରାଦୀପ ଗଡ ରେ ଆଜି ଧାନ ମଣ୍ଡି ଉଦ୍ଘାଟନ କରାଯାଇଛି l

ସମିତି ର ସଭାପତି ଶ୍ରୀମତୀ ସସ୍ମିତା ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି l
ଚଳିତ ଖରିଫ ଋତୁ ରେ ୨୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ସମିତି ତରଫରୁ ଆକଳନ କରାଯାଇଛି l ପାରାଦୀପ ଗଡ ଓ ନୂଆଗଡ ଗ୍ରାମ ପଞ୍ଚାୟତ ର ୬୧ ଜଣ ଚାଷୀ ମଣ୍ଡି ରେ ଧାନ ଦେବା ପାଇଁ ନାମ ପଞ୍ଜିକରଣ କରିବା ସହିତ ସେମାନଙ୍କ ପାଖକୁ ଅନଲାଇନ୍ ଟୋକନ ମଧ୍ୟ ପଠାଇଦିଆ ଯାଇଛି l ଉନ୍ନତ କିସମ ଧାନ ର କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ଟ ୨୩୦୦ ଟଙ୍କା ଓ ରାଜ୍ୟ ସରକାର ଙ୍କ ଇନିପୁଟ ସହାୟତା ଟ. ୮୦୦ ଟଙ୍କା ମିଶାଇ ମୋଟ ଟ . ୩୧୦୦ ଙ୍କ ଧାର୍ଯ୍ୟ କରାଯାଇଛି l ଚଳିତ ବର୍ଷ ଅଦିନିଆ ବର୍ଷା ସତ୍ବେ ଧାନର ମୂଲ୍ୟ ଅଧିକ ଥିବାରୁ ଚାଷୀ ମାନେ ଉତ୍ସାହିତ ଅଛନ୍ତି l ଉକ୍ତ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସମିତି ସମ୍ପାଦକ କୁଳମଣି ମହାପାତ୍ର, ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହlରଥା, ରମେଶ ବେହେରା, ପ୍ରଦୀପ ବେହେରା, ସନ୍ତୋଷ ଦୋରା, ରଞ୍ଜିତା ସାହୁ, ରଶ୍ମି ବlଳା ସିଂହ, ଶ୍ରୀପତି ସ୍ୱାଇଁ, ଶୁଶାନ୍ତ ସାମଲ, ଦେବ ଦୁର୍ଲ୍ଲଭ କର ପ୍ରମୁଖ ଅଂଶ କରିଥିଲେ l ଉକ୍ତ କାର୍ଯ କ୍ରମ କୁ ସମିତି ର ସହ ସମ୍ପାଦକ ପ୍ରଦୀପ ରାଉତ, ତନ୍ମୟ ମଳିକ, ସ୍ଵର୍ଣ୍ଣ ପ୍ରଭା ଚୌଧୁରୀ, ସତ୍ୟକିଶୋର ପରିଜା ପ୍ରମୁଖ ପରିଚାଳନା କରିଥିଲେ l