ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ମିଳିତ ଗଣେଶପୂଜା କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଢେଙ୍କାନାଳ, 18/07/2025, ଉତ୍କଳ voice news - utkalvoicenews.com
Article Image
ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ସହରର ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ଚଳିତ ୨୦୨୫ ବର୍ଷ ଗଣେଶ ପୂଜା ସମ୍ବନ୍ଧୀୟ ଏକ ବୈଠକ ସଭାପତି ସୁଧାଂଶୁ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭକ୍ତ ବୈଠକରେ ଏଜେଣ୍ଡା ଅନୁଯାୟୀ ଗତବର୍ଷର ଆୟବ୍ୟୟ ହିସାବ କମିଟିର କୋଷାଧ୍ଯକ୍ଷ ଅନୁପ ଶାନ୍ତ ସରୂପ ମିଶ୍ର ପାଠ କରିବା ପରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ କରତାଳି ମାଧ୍ୟମରେ ପାରିତ କରିଥିଲେ । ୨ୟ ଏଜେଣ୍ଡା ଅନୂଯାୟୀ ଚଳିତ ବର୍ଷ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ହୋଇଥିଲା । ଉକ୍ତ ସଭାରେ ଗଣେଶ ବଜାର ପୂଜା କମିଟିର ସଭାପତି ସଞ୍ଜିବ କୁମାର ବେହେରା ପ୍ରସ୍ତାବ ଅନୁଯାୟୀ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନର ସଭାପତି ସୁଧାଂଶୁ କୁମାର ଦଳେଇ, ସଂପାଦକ ସନ୍ଦୀପ ଷଡଙ୍ଗୀ, ଉପସଭାପତି ଭାବେ ସଞ୍ଜିବ କୁମାର ଦେହେରା, ରାଜୁ ପାଣ୍ଡେ, ରମେଶ କୁମାର ବେହେରା, ସହ-ସମ୍ପାଦକ ଭାବେ ବିଶ୍ବ ରଞ୍ଜନ ଓଝା, ବୀରବର ସାହୁ, ସନାତନ ରାଉଳ ଏବଂ କୋଷାଧ୍ୟକ୍ଷ ଭାବେ ଅନୁପ ଶାନ୍ତସରୂପ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚଳିତ ବର୍ଷ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ କରତାଳି ଦେଇ ଚୟନ କରିଥିଲେ । ଚଳିତ ବର୍ଷ ଆସନ୍ତା ଅଗଷ୍ଟ ୨୭ ତାରିଖ ଦିନ ପୂଜା ମଣ୍ଡପରେ ପୂଜା ପାଇବା ପରେ ପ୍ରତିବର୍ଷ ଭଳି ୭ ଦିନ ରହି ଅଷ୍ଟମ ଦିନ ତା୦୩.୦୯.୨୦୨୫ରିଖ ବୁଧବାର ବିସର୍ଜନ ହେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା । ପ୍ରତିବର୍ଷ ଭଳି ଭସାଣୀ ଉତ୍ସବ ଦିନ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ସକାଳ ୮ ଘଟିକା ସୁଦ୍ଧା ମେଲଣ ପଡିଆରେ ଏକତ୍ର ହେବା ପରେ ଲଟେରୀ ଉଠାଣ ପ୍ରକ୍ରିୟା କ୍ରମେ ସକାଳ ୯ ଘଟିକା ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ତିନୋଟି ମାର୍ଗରେ ଯାଇ ରାତ୍ର ୧୦ ଘଟିକା ସମୟରେ ସମସ୍ତ ମେଢ ବିସର୍ଜନ ହେବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଜିଲ୍ଲା ପ୍ରଶାସନ ଦ୍ବାରା ଗତ ବର୍ଷର ଭଲ ସାଜସଜ୍ଜା, ଶାନ୍ତି ଶୃଙ୍ଖଳା ଓ ପାରମ୍ପରିକ ମୂର୍ତିକୁ ନେଇ ପୁରସ୍କାର ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଢେଙ୍କାନାଳ ଷ୍ଟାଡିୟମ୍‌ରେ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବା ନିମନ୍ତେ ନିଷ୍ପତି କରାଯାଇଥିଲା । ଉକ୍ତ ସଭାରେ ସତପ୍ରବୃତ ଭାବେ ତିନୋଟି ରନିଙ୍ଗ୍ ସିଲ୍‌ଡ୍ ମଧ୍ୟରୁ ଗୋଟିଏ ସିଲ୍‌ଡ ଯାହାର ମୂଲ୍ୟ ୫ ହଜାର ଟଙ୍କା ଦେବା ପାଇଁ ଉପସ୍ଥିତ ଥିବା ସାମ୍ବାଦିକ ମାନସ ତ୍ରିପାଠୀ, ଅମାନି ସାହୁ ଓ ହିମାଂଶୁ ମହାରଣା ଘୋଷଣା କରିଥିବାରୁ ସେମାନଙ୍କୁ କମିଟିର ସମସ୍ତ ସଦସ୍ୟ ସାଗତ କରିଥିଲେ । ମିଳିତ ଗଣେଶ ପୂଜା ଅଗଷ୍ଟ ୩୧ ତାରିଖ ରବିବାର ଦିନ ଶ୍ରୀଗଣେଶଙ୍କ ୨୦ କେଜିର ଆଜ୍ଞା ଲଡୁ ଗଣେଶ ବଜାର ଠାରେ ଥିବା ଗଣେଶ ମନ୍ଦିର ଠାରେ ପୂଜା ହୋଇ ଅପରାହ୍ନ ୫ ଘଟିକା ସମୟରେ ନିଲାମ କାର୍ଯ୍ୟକ୍ରମ ହେବା ପାଇଁ ନିଷ୍ପତି କରାଗଲା । ଚଳିତ ବର୍ଷ ସମସ୍ତ ପୂଜା ପେଣ୍ଡାଲ୍‌ରେ ହାତୀ-ମଣିଷ ଲଢେଇରେ ଉଭୟ ହାତୀ ମୃତ୍ୟୁ ଓ ମଣିଷ ମୃତ୍ୟୁର ହାର କମାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଗଲା । ଚଳିତ ବର୍ଷ ସଭାପତି ସୁଧାଂଶୁ କୁମାର ଦଳେଇ ଉପସ୍ଥିତ ଥିବା ସମସ୍ତ ୩୬ଟି ବଜାର/କୃଦ୍‌ର ସଭାପତି/ସଂପାଦକଙ୍କୁ ଧନ୍ୟବାଦ ଦେବା ସହିତ ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ଏବଂ ପୂଜା ପେଣ୍ଡାଲରେ ଭଲ ସାଜସଜ୍ଜା ଏବଂ ଭଷାଣୀ ଉତ୍ସବକୁ ଧୂମ୍‌ଧାମ୍‌ରେ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଉକ୍ତ ସଭାରେ ଢେଙ୍କାନାଳ ପୌରପରିଷଦର ଉପାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, କାଉନ୍ସିଲର ଦୀପ୍ତିରଞ୍ଜନ ସେଠୀ, ରଫିକ୍ ମହମ୍ମଦ, ସୁଧାଂଶୁ କର, ସୂର୍ଯ୍ୟକାନ୍ତ ପରିଜା, ପ୍ରଭାତ ଦଳେଇ, ବାଦଲ ପାତ୍ର, ପ୍ରଦୀପ ରାଉତ, ବିନ୍ମୟ ସାହୁଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ପରିଶେଷରେ ସାଧାରଣ ସମ୍ପାଦକ ସନ୍ଦୀପ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।
Article Image
9