ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇବର ଠକେଇ ସଚେତନତା କର୍ମଶାଳା

ଭୁବନେଶ୍ୱର, 19/07/2025, ଉତ୍କଳ voice news - utkalvoicenews.com
Article Image
ଆଜି ଅସ୍ମିତ୍ କଲେଜ, ପାତ୍ରପଡା ପରିସରରେ "ସାଇବର ଠକେଇ ସଚେତନତା" ବିଷୟରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ବଜାଜ ଫାଇନାନ୍ସ ଭୁବନେଶ୍ୱର ଶାଖା ତରଫରୁ ଆୟୋଜିତ କରାଯାଇଥିଲା। ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ଏ ସି ପି (ACP) ସାଇବର କ୍ରାଇମ ଅକ୍ଷୟ କୁମାର ନାୟକ। ସେ ସାଇବର ଠକେଇ ର ବିଭିନ୍ନ ପ୍ରକାର, ଏହାର ବିଭିନ୍ନ ଦିଗ, ଓ ସେଥିରୁ ରକ୍ଷା ପାଇବା ପାଇଁ ଚର୍ଚ୍ଚା କରିଥିଲେ। ସେ କହିଲେ, "ଅନଲାଇନ୍ ଠକେଇ ଏବେ ଗଭୀର ଚିନ୍ତାର ବିଷୟ ହୋଇଯାଇଛି। ଯୁବପିଢି ସମେତ ସମସ୍ତଙ୍କୁ ଏଥିରୁ ସଚେତନ ହେବା ଆବଶ୍ୟକ।"
Article Image
ଏହି କାର୍ଯ୍ୟକ୍ରମରେ ଅନ୍ୟ ଗରିମାମୟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ – ଅବସର ପ୍ରାପ୍ତ ସାଇବର ଅପରାଧ ଏସ ପି, ଶ୍ରୀଯୁକ୍ତ ଅନିଲ ଦାଶ, ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ , ଭରତପୁର ଥାନା ଶ୍ରୀଯୁକ୍ତ ମଧବାନନ୍ଦ ବସ୍ତିଆ, ବଜାଜ ଫାଇନାନ୍ସ ର ରାଷ୍ଟ୍ରୀୟ ପରିଚାଳକ, ତାପସ ଦତ , ବରିଷ୍ଟ ଆଞ୍ଚଳିକ ପରିଚାଳକ , ପ୍ରଦୀପ୍ତ ବିଶ୍ଵାଳ ଏବଂ ଅସ୍ମିତ କଲେଜ ର ନିର୍ଦେଶକ ଡକ୍ଟର ମନ୍ମଥ କୁମାର ନାୟକ । କର୍ମଶାଳାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ସମସ୍ତେ ସାଇବର ଆପରାଧ ଓ ଏଥିରୁ ରକ୍ଷା ପାଇଁ ନିଜ ଜ୍ଞାନ ବୃଦ୍ଧି କରିପାରିଲେ। ଏହି ପ୍ରଚେଷ୍ଟା ମାଧ୍ୟମରେ ସାଇବର ସଚେତନତା ବଢିବାର ଆଶା ରହିଛି।
8