ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଏରସମା, 19/07/2025, ଉତ୍କଳ voice news - utkalvoicenews.com
Article Image
ଆଜି ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ତ୍ରୀଲୋଚନପୁର ନିତ୍ୟାନନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର,ତ୍ରୀଲୋଚନପୁରରେ କୁଞ୍ଜବିହାରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ନୂଆଗାଁ କ୍ଲଷ୍ଟର ଲେବୁଲ୍ ବୈଠକ ଅନୁଷ୍ଠିତ ହେଇଯାଇଛି।ଉକ୍ତ ବୈଠକରେ ନିତ୍ୟାନନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରୀଲୋଚନପୁର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମିହିର କୁମାର ଦାସଙ୍କ ସଭାପତିତ୍ୱରେ ଅତିଥି ଭାବେ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ନୂଆଗାଁରେ କାର୍ଯ୍ୟରତ ଏଫ୍.ଏଲ୍.ଏନ୍ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆର.ସି.ସି ମହୋଦୟ ଶେଷ ଦେବ ସ୍ୱାଇଁ, ଗୋଦାବରୀଶ ଶିକ୍ଷା ସେତୁର ସଭାପତି ଶ୍ରୀଯୁକ୍ତ ବିକ୍ରମଜିତ୍ ସାମନ୍ତରାୟ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ରାଉତ,ଉପସଭାନେତ୍ରୀ ଅନୁସୂୟା ଲେଙ୍କା,ଶିକ୍ଷକ ସାରଦା ପ୍ରସନ୍ନ ନାୟକ, ନିର୍ଭୟ ସ୍ୱାଇଁ,ପ୍ରଥମା ଅନୁଷ୍ଠାନ ଏନ.ଜିଓର କୁମୁଦ ସାର ଉପସ୍ଥିତ ରହି ବିଦ୍ୟାଳୟ ପରିତ୍ୟାଗ କରୁଥିବା ପିଲା ଓ ଡ଼୍ରପ ବକ୍ସରେ ସେମାନଙ୍କ ନାମକୁ ନରଖି କିପରି ବିଦ୍ୟାଳୟକୁ ଆସିବେ ଓ ଶିକ୍ଷାରେ ସାମିଲ ହେବେ ସେ ସମ୍ପର୍କରେ ଆମେ ପ୍ରଧାନ ଶିକ୍ଷକ ମାନେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।ଏବଂ ପିଲାମାନେ ନିଜେ ପରିଷ୍କାର ପରିଚ୍ଛନ୍ନତା ରହିବା ସହିତ ସ୍କଲରେ ନିଜର ଶିକ୍ଷା ସମ୍ବନ୍ଧରେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ସେମାନଙ୍କୁ ସରଳ ଭାବରେ କିପରି ବୁଝିବାକୁ ସକ୍ଷମ ହେବେ ସେତି ପ୍ରତି ଦୃଷ୍ଟି ଦିଆଯିବ ବେଲି କୁହାଯାଇଛି।
Article Image
Article Image
1