ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ସାଧାରଣ ଅଧିବେଶନ

ବୁଗୁଡ଼ା, 19/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ଏକ ସାଧାରଣ ଅଧିବେଶନ ଶନିବାର ଦିନ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ ସଭାପତିତ୍ବ କରିଥିଲେ। ଉକ୍ତ ବୈଠକରେ ଆଗାମୀ ଖରିଫ ରୁତୁରେ ପର୍ଯ୍ୟୟ କ୍ରମେ ଜଳର ସୁଷମ ବଣ୍ଟନ ନେଇ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ଜଳଭଣ୍ଡାରରେ ଶତକଡା ୧୫.୮୭ ମିଟର ଅର୍ଥାତ୍ ୪୯୨.୦୯ ହେକ୍ଟର ମିଟର ଜଳ ଗଛିତ ଥିବା ଯୋଗୁଁ ଚିନ୍ତା ପ୍ରକଟ କରିଥିଲେ ଏବଂ ସମସ୍ତ ଚାଷୀ ମାନଙ୍କୁ ଜଳସେଚନ ପରିଚାଳନା ସକାଶେ ସହଯୋଗ କରିବା ପାଇଁ ସେ କାମନା କରିଥିଲେ। ସଭାରେ ସର୍ବ ସମ୍ମତି କ୍ରମେ ବାଘୂଆ ଜଳଭଣ୍ଡାରରେ ଗଛିତ ଜଳର ଅବସ୍ଥିତିକୁ ଲକ୍ଷ୍ୟ ରଖି ଆସନ୍ତା ତା୩୦-୦୭-୨୦୨୫ରିଖଠାରୁ ଉଭୟ ବାମ ଓ ଡାହାଣ କେନାଲ ଦ୍ବାରା ଜଳସେଚନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅଧିବେଶନରେ ପୋଲସରା ଓ ବୁଗୁଡ଼ାର କୃଷି ବିଭାଗ ଅଧିକାରୀ ଉପସ୍ଥିତ ରହି ଧାନତଳିର ଯତ୍ନ ସହିତ ରୋଗ ଓ ପୋକ ପରିଚାଳନା ବିଷୟରେ ଆଲୋକପାତ କରିଥିଲେ। ସହକାରୀ ଯନ୍ତ୍ରୀ କେଶବ ଖଟାଇ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସଭାକାର୍ଯ୍ଯ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ଅନ୍ଯତମ ସହକାରୀ ଯନ୍ତ୍ରୀ ବିଶ୍ବ ଜୀବନ ମହାପାତ୍ରଧନ୍ୟବାଦ ଅର୍ପଣ କରିଥିଲେ। ଅଧିବେଶନରେ ଚିନିଶିଳ୍ପ ଅଧିକାରୀ, କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ପାଣି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ।
9