ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୧୩୯ଟି ପ୍ରକଳ୍ପ ପ୍ରଦର୍ଶିତ

ବୁଗୁଡ଼ା, 19/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ କୁନି ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ମୋଟ ୧୩୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ସେଥି ମଧ୍ୟରୁ ସର୍ବ କନିଷ୍ଠ ବର୍ଗର ୩୫ଟି, କନିଷ୍ଠ ବର୍ଗର ୫୯ଟି , ଶିଶୁ ବର୍ଗର ୨୯ଟି , ବାଲ ବର୍ଗର ୧୩ଟି, କିଶୋର ବର୍ଗର ୩ଟି ପ୍ରକଳ୍ପ ରହିଥିଲା । ଏଥି ସହ ମୂର୍ତ୍ତିକଳା , ପ୍ରଶ୍ନମଞ୍ଚ, ନିବନ୍ଧ ଓ ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୋଟ ୬୬ ଜଣ ପ୍ରତିଭାଗୀ ରହିଥିଲେ । ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତା ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପଟ୍ଟନାୟକ, ବିରଞ୍ଚିପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ମୃତ୍ଯୁଞ୍ଜୟ ହୋତା, ପିପୁଲ୍ସ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା, ଜୟନ୍ତ କୁମାର ପଟ୍ଟନାୟକ, ବ୍ରଜବନ୍ଧୁ ପ୍ରଧାନ, ସନ୍ତୋଷ କୁମାର ପାତ୍ର,ଶ୍ଯାମ ସୁନ୍ଦର ବେହେରା , ରଙ୍କନିଧି ମହାନ୍ତି,ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳି କଅଁର ,ଶିକ୍ଷୟତ୍ରୀ ସବିତା କର ଓ ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ସମାରୋପ ଉତ୍ସବରେ ପରିଚାଳନା ସମିତି ଉପସଭାପତି ଅନନ୍ତ କର ଅଧ୍ଯକ୍ଷତା କରିଥିବା ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ସ୍ବରୂପ ରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ର, ସଦସ୍ୟା ମଧୁସ୍ମିତା ତ୍ରିପାଠୀ ଓ ସୁଲୋଚନା ଡାକୁଆ ପ୍ରମୁଖଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସହ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଶିଶୁ ମନ୍ଦିରର ବିଜ୍ଞାନ ପ୍ରମୁଖ ଗୁରୁଜୀ ଜଗନ୍ନାଥ ରଥଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ମଧୁସ୍ମିତା ଦାଶଙ୍କ ସମେତ ଅନ୍ୟ ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ଗୁରୁମା ହରପ୍ରିୟା ମିଶ୍ର ସଂଯୋଜନା , ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ ଏବଂ ଆଚାର୍ଯ୍ୟ ପ୍ରତିନିଧି ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
Article Image
1