ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉ ବୋଲ୍‌ବମ୍ ସେବା ସଂଘ ତରଫରୁ ୨୬ବର୍ଷ ଧରି ଖାଦ୍ୟ ବଂଟନ

ଢେଙ୍କାନାଳ, 20/07/2025, ଉତ୍କଳ voice news - utkalvoicenews.com
Article Image
ଢେଙ୍କାନାଳ ସହର ବାଜିଚୌକ ଠାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବୋଲ୍‌ବମ୍‌ ସେବା ସଂଘ ତା’ର ୨୬ବର୍ଷ ଧରି ବୋଲ୍‌ବମ୍ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଛି । ଏଠାରେ ଖାଦ୍ୟ, ପାଣି ସହିତ ପୁରୀ, ରୁଟି, ଚକୁଳି, ଡାଲ୍‌ମା, ଆଳୁଦମ୍, ମାଲପୁଆ, ଉପମା, ଚାହା ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା । ଦୀର୍ଘ ୨୬ ବର୍ଷର ଅକ୍ଳାନ୍ତ ପରିଶ୍ରମରେ କମିଟିର ସମସ୍ତ ସଭ୍ୟସଭ୍ୟା ନାଗରିକମାନଙ୍କୁ ନେଇ ଏହି ସଂଘ ଗର୍ବିତ । ଢେଙ୍କାନାଳର ଏହା ଏକ ଭାଇଚାରା ବାର୍ତା ଦେଉଛି ବୋଲି ସଭାପତି ଜ୍ଞାନଚାନ୍ଦ ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାକର ରାଉତ, ସମ୍ପାଦକ ସରୋଜକାନ୍ତ ପ୍ରଧାନ, ସହ-ସମ୍ପାଦକ ନିର୍ମଳ ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଜେନା ଓ ଉପ‌ଦେଷ୍ଟା ପ୍ରେମଶଙ୍କର ମିଶ୍ର ଏବଂ ସଭ୍ୟମାନେ ଉପସ୍ଥିତ ରହି ୫ ହଜାରରୁ ଉର୍ଦୁ ବୋଲ୍‌ବମ୍ ଭକ୍ତମାନଙ୍କୁ ପ୍ରସାଦ ବଂଟନ କରିବା ସହିତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
1