ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମିଳିତ ଓଡିଶା ନିଶା ନିବାରଣ,ମଦ ମୁକ୍ତ ପଞ୍ଚାୟତ, ମଦ ମୁକ୍ତ ଓଡିଶା,ନିଶା ହଟାଅ ଦେଶ ବଞ୍ଚାଅ

କେନ୍ଦ୍ରାପଡା, 20/07/2025, ଉତ୍କଳ voice news - utkalvoicenews.com
Article Image
ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ରାଜକନିକା ଶାଖାର ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ଆବହନ କ୍ରମେ "ମଦ ମୁକ୍ତ ଗାଆଁ ମଦମୁକ୍ତ ଓଡିଶା" ଶିରୋନାମା ଉପରେ ଆଜି ୨୦.୦୭.୨୦୨୫ ରବିବାର ରାଜକନିକାର Reading Room ରେ ବିସ୍ତୃତ ଆଲୋଚନା ହୋଇଥିଲା.ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ, ସ୍କୁଲ କଲେଜ ପିଲା ମାନଙ୍କୁ ନିଶା ନିବାରଣ ଉପରେ ସଚେତନ କରାଇବା,ସଂଘ ର ନୂତନ କର୍ମକର୍ତ୍ତା ତଥା ପଞ୍ଚାୟତ ସ୍ତରରେ ନୂତନ ସଭ୍ଯ ଚୟନ କରିବା ଆଦି ମୁଖ୍ୟ ବିଷୟ ବସ୍ତୁ ଥିଲା. ଉକ୍ତ ସଭାରେ ଶ୍ରୀଯୁକ୍ତ କାଳିପ୍ରସାଦ ନାୟକ ସଭାପତିତ୍ବ କରିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ମିଶ୍ର,ନିରଞ୍ଜନ ପଲାଇ, ମାନସ କୁମାର ଓଝା, ବୀରେନ୍ ମିତ୍ର ରାଉତରାୟ, ରଞ୍ଜନ ରାଉତ,
Article Image
ସୁବାଶ ଚନ୍ଦ୍ର ରାଉତ, ଗୟାଧର ନାଥ ଲକ୍ଷ୍ମୀଧର ବିଶ୍ଵାଳ, ଗୋପିନାଥ ଦାସ, ରମାକାନ୍ତ ନାୟକ, ଦିଲୀପ କୁମାର ନାୟକ, ନିତ୍ୟାନନ୍ଦ ମହତ୍,ସାବିତ୍ରୀ ମହତ୍, ଅନୁସୂୟା ସେନାପତି, ଶାନ୍ତିଲତା ବେହେରା, କମଳୀନୀ ରାଉତ, ଅକ୍ଷୟ କୁମାର ନାଥ ଏବଂ ରମାକାନ୍ତ ସାହୁ ଆଦି ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତାମତ ରଖିଥିଲେ.
9