ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆର ପାରିରେ କଣ୍ଠ ଶିଳ୍ପୀ ସୁଧାଂଶୁ ମୋହନ ପରିଡ଼ା।

କୁଜଙ୍ଗ, 17/01/2025, ଉତ୍କଳ voice news - utkalvoicenews.comଝୁରୁଛି ଗାଁ ମାଟି ଓ ଝୁରୁଛି ଯାତ୍ରା ପେଣ୍ଡାଲ।
Article Image
ମନେ ପଡୁଛି ସେଦିନର ସେ ଅଭୁଲା କଣ୍ଠ ଶ୍ୱର ହେଲେ ଆଉ ନାହାଁନ୍ତି କଣ୍ଠ ଶିଳ୍ପୀ ସୁଧାଂଶୁ।ସେଦିନର ସେହି ଅଭୁଲା ସ୍ମୃତିକୁ ମନେ ପକାଇ କାନ୍ଦୁଛନ୍ତି ପରିବାର ବର୍ଗ ଓ କାନ୍ଦୁଛନ୍ତି ଅନେକ କଳାକାର।ଅକାଳ ବିୟୋଗରେ ଚାଲି ଯାଇଛି ସୁନାମ ଧନ୍ୟ କଣ୍ଠ ଶିଳ୍ପୀଙ୍କ ଜୀବନ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମର ସ୍ୱର୍ଗତ ରାଜୀବ ପରିଡ଼ାଙ୍କ ପୁଅ ସୁଧାଂଶୁ ମୋହନ ପରିଡ଼ାଙ୍କର ଗତ କାଲି ଅକାଳ ବିୟୋଗରେ ମୃତ୍ୟୁ ହୋଇଛି।ସୁଧାଂଶୁ ମୋହନ ପରିଡ଼ା ତା ୧୦/୦୧/୧୯୬୮ ମସିହାରେ ଝିମାଣୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ମାତ୍ର ସେ କିଛି ଦିନ ତଳେ କିଡିନ୍ନି ଓ ଲିଭର ରୋଗରେ ଆକ୍ରାନ୍ତ ହୋଇଥିଲେ।କିଛି ଦିନ ଧରି ମେଡ଼ିକାଲରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ନିଜ ପରିବାର ଲୋକଙ୍କ ସହ ବେଶ୍ ହସ ଖୁସିରେ ଜୀବନ ଯାପନ କରିଥିଲେ।ତେବେ(୫୮)ବର୍ଷ ବୟସରେ ସେ ନିଜ ଗାଁ ବାସ ଭବନରେ ମୃତ୍ୟୁ ବରଣ କରିଛନ୍ତି।ସୁଧାଂଶୁ ଅନେକ ଯାତ୍ର ପେଣ୍ଡାଲରେ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ତାଙ୍କର ନିଜ ଗାଁ ଝିମାଣୀ ପାଇଁ ଅନେକ ଅବଦାନ ରହିଛି ଓ ବିଶେଷ କରି ସେ ନିଜ ଗାଁର ପିଲା ମାନଙ୍କୁ ନାଚ,ଗୀତ ଶିଖାଇରେ ସେ ଆଗଭର ଥିଲେ।ଯାହାକୁ ନେଇ ଏବେ ଝିରୁଛନ୍ତି ଅନେକ କଳାକାର ଓ ଝୁରୁଛି ଗାଁ ମାଟି।
1