ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ କୁ ନେଇ ପାରାଦୀପ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା

ପାରାଦ୍ୱୀପ , 20/07/2025, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ ରୁ ରଶ୍ମି ରଞ୍ଜନ ଦାସ ଙ୍କ ରିପୋର୍ଟ ) :
Article Image
ଫକିର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁଙ୍କୁ ନେଇ ସମଗ୍ର ଓଡ଼ିଶା ରେ ବିଭିନ୍ନ ଜିଲ୍ଲା ମାନଙ୍କରେ,ବିଭିନ୍ନ ଦଳ, ସ୍କୁଲ୍ ଓ ସଂଗଠନ ତରଫରୁ ପ୍ରତିବାଦ ର ସ୍ୱର ଉଠିଥିବାବେଳେ ପାରାଦ୍ୱୀପରେ ପାରାଦୀପ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାସ୍ଥାନୀୟ ଲେଙ୍କା ମେଡ଼ିକାଲ ଛକରୁ ବାହାରି ପାରାଦୀପ ଆଦର୍ଶ ଥାନା ଛକ ନିକଟରେ ପହଞ୍ଚିଥିଲା I ୪ ଦଫା ସମ୍ବଳିତ ଏକ ଦାବିପତ୍ର ସଂଗଠନ ସଭାପତି ମନୋରମା ଖଟୁଆଙ୍କ ନେତୃତ୍ବରେ ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆଙ୍କ ନେତୃତ୍ବରେ ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ କମଳା ଓଝା, ବିଜୟଲକ୍ଷ୍ମୀ ଦାସ, ଜ୍ୟୋସ୍ନା ବାହାଦୂର, ସରୋଜିନୀ ସ୍ବାଇଁ, ଲକ୍ଷ୍ମୀପ୍ରିୟା ପାଲ, ବାସନ୍ତୀ ବିନ୍ଧାଣିଙ୍କ ସହିତ ଶହ ଶହ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ।ଏହି ଶୋଭାଯାତ୍ରା ସକାଳ ୬ ଘଟିକା ରୁ ୯ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ଲେଙ୍କା ଛକରୁ ବାହାରି ପାରାଦ୍ଵୀପ ଆଦର୍ଶ ଥାନା ନିକଟରେ ପହଞ୍ଚିଥିଲା।ରାଜ୍ୟ ସରକାର ଅଭିଯୁକ୍ତ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସମୃଦ୍ଧ ଛାତ୍ରୀ ସହ ତାଙ୍କ ପରିବାର ମଧ୍ୟ ଶାନ୍ତି ପାଇବେ।
Article Image
Article Image
1