ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାକାଳପଡ଼ା ର ବିଭିନ୍ନ ପଞ୍ଚାୟତ ଉନ୍ନୟନ ମୂଳକ କାଯ୍ୟକ୍ରମ ରେ ଯୋଗଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଧାୟକ l

ମହାକାଳପଡ଼ା, 21/07/2025, ଉତ୍କଳ voice news - utkalvoicenews.com(ମହାକାଳପଡ଼ା ରୁ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ରିପୋର୍ଟ ) :
Article Image
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଅମେଇପାଳ ଓ ଯଦୁପୁର ପଞ୍ଚାୟତ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ଲୋକାର୍ପଣ କୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମହାକାଳପଡ଼ା ର ବିଧାୟକ ଦୁର୍ଗା ପ୍ରଶନ୍ନ ନାୟକ ଯୋଗଦେଇଥିଲେ। ଅଞ୍ଚଳବାସୀ ବିପୁଳ ସଂଖ୍ୟାରେ ମନ୍ତ୍ରୀ ଓ ବିଧାୟକ ଙ୍କୁ ବଉଦ ଗଡାଠାରୁ ଆମେଇପାଳ ପର୍ଯ୍ୟନ୍ତ ଏବଂ ଯାଦୁପୁର ଠାରୁ ସଭାସ୍ଥଳୀ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ଵାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥଲେ। ଗ୍ରାମାଞ୍ଚଳ ରେ ଯେମିତି ପ୍ରାଥମିକ ଚିକିତ୍ସା ଠିକ ଭାବରେ ପହଞ୍ଚିବ ସେତିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ତତସହିତ ଡବଲ ଇଞ୍ଜିନ ସରକାର ରେ ରାଜ୍ୟ ର ସ୍ୱାସ୍ଥ୍ୟ ଭିତିଭୂମି ଆହୁରି ସୁଦୃଢ ଏବଂ ଉନତହେଉଛି ବୋଲି ଉଦବୋଧନ ଦେଇଥିଲେ। ଆଜି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମେଇପାଳ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପାସ୍ୱାସ୍ଥ୍ୟ କେନ୍ଦ୍ର ଓଡିଶା ସରକାର ଙ୍କ ମାନ୍ୟବର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମୋହଲିଙ୍ଗ ଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ବଣ୍ଟନ କରାଯାଇଛି। ସ୍ଥାନୀୟ ଆଞ୍ଚଳ ରେ ଜନସାଧାରଣକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଏହା ବିଶେଷ ସହାୟକ ହେଵ, ଯାହାକି ଆମ ସରକାର ରେ ପ୍ରାଥମିକତା ବୋଲି ଆଲୋଚନା କରାଯାଇଥିଲା। ଏହାମାଧ୍ୟମ ରେ ଲୋକକୁ ମଧୁମୟ, ରକ୍ତ ଚାପ, ସାଧାରଣ ଥଣ୍ଡା ଭଳି ରୋଗର ଉପଚାର ପାଇଁ 120 ପ୍ରକାର ର ଔଷଧ ବଣ୍ଟନ ସହ 16ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶସlଙ୍କ ସେଠି,ବ୍ଲକ ଚେୟାରମ୍ୟାନ ମୀରା ମହାନ୍ତି,
Article Image
ସରୋଜକାନ୍ତ ସାହୁ, ପ୍ରତାପ ଦାସ, ରଞ୍ଜନ ଚୌଧୁରୀ, ବିକ୍ରମ ରାଉତରାୟ, ଦିଲୀପ ପରିଡା, ଅଶୋକ ପରିଡା ପ୍ରମୁଖ ଯୋଗଦେଇଥିଲେ ।
Article Image
Article Image
1