ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲାସ୍ତରୀୟ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର ସଂଘ ଗଠିତ*

ଜଗତସିଂହପୁର, 21/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ରେ କାର୍ଯ୍ୟରତ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର (ADEO) ମାନଙ୍କର ଜିଲ୍ଲା ସ୍ତରୀୟ ସଂଗଠନ ଗଠିତ ହୋଇଯାଇଛି ।ଏଥିସହ ସଂଘର କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ଛପଡା ସ୍ଥିତ ବାବା ଗୋରେଖନାଥ ପୀଠ ଠାରେ ଜିଲ୍ଲାର ମୋଟ ଆଠଗୋଟି ବ୍ଲକ ର କର୍ମକର୍ତ୍ତା ମାନଙ୍କ ଦ୍ବାରା ଆୟୋଜିତ ବୈଠକରେ ଜିଲ୍ଲା ସଂଗଠନ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଛି। ଉପଦେଷ୍ଟା ଶୁକାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ପକ୍ରିୟା ଆଲୋକପାତ କରାଯାଇ ସଭାପତି ଭାବେ ବିକ୍ରମ ବଲ୍ଲବ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ କୃପାସାଗର ଚରଣ ନାୟକ (ସଂପାଦକ) , ସତ୍ଯଜୀବନ ବିଶ୍ବାଳ (ଉପସଭାପତି), ସୁରେଶ ମହାପାତ୍ର (ଯୁଗ୍ମ ଉପସଭାପତି), ଚନ୍ଦନ କୁମାର ସ୍ବାଇଁ ଓ ସୌମ୍ୟରଞ୍ଜନ (ମିଶ୍ର ସହସମ୍ପାଦକ) ଏବଂ ସୁମନ୍ତ କୁମାର ନାୟକ ଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ନିହାର ରଞ୍ଜନ ଦାସ, ଶାରଦା ପ୍ରସାଦ ନାୟକ, ପ୍ରିତିରଞ୍ଜନ ସାହୁ, ଶୁଧାଂଶୁ ଶେଖର ରାଉତରାୟ, ଅରବିନ୍ଦ ସ୍ବାଇଁ, ସଂଜିତ୍ ସ୍ବାଇଁ, ସଂଗ୍ରାମ କେଶରୀ ବେହେରା ପ୍ରମୁଖ କୋର୍ କମିଟି ରେ ସ୍ଥାନ ପାଇଛନ୍ତି ।
2