ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ

ବୁଗୁଡା, 23/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ଵସ୍ଥ ଡ୍ରେନକୁ ଅତିକ୍ରମ କରି କିଛି ବ୍ଯକ୍ତି ଜବର ଦଖଲ କରିଥିବାରୁ ଯାନବାହାନ ପାର୍କିଂ ସାଙ୍ଗକୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥି ସହ ମୁଖ୍ଯ ସଡକର ଉଭୟ ପାର୍ଶ୍ଵରେ ସମ୍ପ୍ରସାରଣ ଦିଗରେ ମଧ୍ୟ ବାଧକ ସାଜିଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ସ୍ଥାନୀୟ ଶକ୍ତିନଗର ପଟରୁ ଆରମ୍ଭ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ଉପରେ ପର୍ଯ୍ଯନ୍ତ ମାଡି ଆସିଥିବା ବେଆଇନ ନିର୍ମାଣକୁ ବୁଲଡୋଜର ଦ୍ବାରା ପୋଲିସ୍ ଛାଉଣୀ ମଧ୍ଯରେ ଭଙ୍ଗା ଯାଇଥିଲା। ପ୍ରଶାସନିକ ଜବର ଦଖଲ ହଟାଇବା କାର୍ଯ୍ୟ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଏକପ୍ରକାର ଚାଲିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମୁହଁ ଦେଖା କାରବାର ହେଲା ଭଳି କାର୍ଯ୍ୟ ହେବାର ଅଭିଯୋଗ ଦେଖାଦେଲା। ଅନେକ ସ୍ଥାନରେ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଜବର ଦଖଲରୁ ହଟିଯାଇଥିଲା ବେଳେ କେତେକ ସ୍ଥାନରେ ଲୋକେ ପ୍ରଶାସନକୁ ନାଲିଆଖି ଦେଖାଇ କିମ୍ବା ଆଇନ ପାଠ ପଢାଇ ସୁବିଧା ହାସଲ କରିଥିଲେ। ଏଥି ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା।
Article Image
1