ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*୫ ହଜାର ଜୁଆଙ୍ଗ ଆଦିବାସୀ ବାଜିଚୈକ ରୁ ବିଶାଳ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ସାମନାରେ ଦେଲେ ଧାରଣା।*

ଢେଙ୍କାନାଳ, 23/07/2025, ଉତ୍କଳ voice news - utkalvoicenews.com
Article Image
ଜିଲ୍ଲାର ସମସ୍ତ ବ୍ଲକରେ ଥିବା ୧୭୪ ଟି ଗାଁ ରୁ ଆସିଥିବା ୫ ହଜାର ଜୁଆଙ୍ଗ ଆଦିବାସୀ ଆଜି ବାଜିଚୌକ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ସାମନାରେ ଧାରଣା ଦେବା ପରେ ଜିଲ୍ଲାପାଳ ଏବଂ ଡିଡବ୍ଲୁଓ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସହିତ ଚର୍ଚ୍ଚା କରିଥିଲେ ।
Article Image
ଏହି ପ୍ରତିନିଧିମଣ୍ଡଳୀରେ ପ୍ରତି ବ୍ଲକରୁ ଜଣେ ଲେଖାଏଁ ଜୁଆଙ୍ଗ ଆଦିବାସୀ ସଦସ୍ୟ ଭାବରେ ରହିଛନ୍ତି । ସେମାନେ ହେଲେ ରବି ପଧାନ, ସୁରେଖା ପଧାନ, ପୁନି ପଧାନ, ମଧୁ ନାଏକ, ନରେନ୍ଦ୍ର ନାଏକ, ରଘୁ ପଧାନ, ମହାଦେବ ପଧାନ ଏବଂ ତୀର୍ଥବାସୀ ପଧାନ ।
Article Image
୧ ମାସ ମଧ୍ୟରେ ଦାବିପୂରଣ କରା ନ ଗଲେ ଆଗାମୀ ୨୩ ଅଗଷ୍ଟ ଦିନ ଭୂବନେଶ୍ଵର ଲୋୟର ପିଏମଜି ରେ ବିଶାଳ ଗଣ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଏହି ଆଦିବାସୀ ନେତା ମାନେ ପ୍ରକାଶ କରିଛନ୍ତି ।
Article Image
ଏଠାରେ ସୂଚନା ଯୋଗ୍ୟ ଯେ, ୭୮ ବର୍ଷ ହେବ ଦେଶ ସ୍ଵାଧୀନ ହୋଇସାରିଥିଲେ ମଧ୍ୟ ଏହି ୧୭୪ ଟି ଗାଁ ମଧ୍ୟରୁ ପ୍ରାୟ ଅନେକ ଗାଁ ରେ ଆଜି ଯାଏଁ ପିଇବା ପାଣି, ଇଲେକ୍ଟ୍ରି ଓ ପକ୍କା ରାସ୍ତା ଭଳି ସାମାନ୍ୟ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାରେ ନେତା ଓ ଅଫିସର ମାନେ ଆଗ୍ରହ ପ୍ରକାଶ ନ କରିବା ଘୋର ଲଜ୍ଜାର ବିଷୟ । ସେହିପରି ଜୁଆଙ୍ଗ ଆଦିବାସୀମାନଙ୍କୁ ଜନମନ ଯୋଜନାରେ ଘର ଖଣ୍ଡେ କିମ୍ବା ଭୂମିହୀନଙ୍କୁ ଘରଡିହ ପଟ୍ଟା ଏବଂ ଜଙ୍ଗଲ ଅଧିକାର ପ୍ରମାଣ ପତ୍ର ମିଳୁ ନାହିଁ ।
Article Image
ଡିଡବ୍ଲ୍ୟୁଓ ଶ୍ରୀ ରୁଦ୍ରପ୍ରସନ୍ନ ପରିଜା ଆଜି ହିଁ ସମସ୍ତ ବିଡିଓ, ତହସିଲହାର, ଆରଡବ୍ଲୁଏସଏସ୍ ଏକକ୍ୟୁଟିଭ୍ ଇଂଜିନିୟର୍ , ଜିଲ୍ଲା ପରିଷଦ ଏକନ୍ୟୁଟିଭ୍ ଅଫିସର୍ ତଥା ସମସ୍ତ ଡବ୍ଲ୍ୟୁଇଓ ମାନଙ୍କୁ ମାତ୍ର ୧ ସପ୍ତାହ ମଧ୍ୟରେ ଫିଲ୍ମ ଲେବଲ୍ ଏନକ୍ସାରୀ କରି ରିପୋର୍ଟ୍ ଦାଖଲ କରିବାକୁ ତ୍ବରିତ ନିର୍ଦ୍ଦେଶ ଦେଇଦେବାରୁ ଏବେର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଶ୍ଚିତ ଭାବରେ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ କରିଦେବେ ବୋଲି ଇଂ. ହୋତା ଇତ୍ୟବସରରେ ମତବ୍ୟକ୍ତ କରିଛନ୍ତି ।
1