ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବୀ ରାଜକିଶୋର ପତି ଙ୍କ ନେତୃତ୍ବରେ କୋଲଡିଆ ଗ୍ରାମର ଦେଢ ସହ ପରିବାର ମିଶିଲେ ବିଜେପିରେ

ପିତାମ୍ବରପୁର, 23/07/2025, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ )
Article Image
ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ ବିଶ୍ବାଳୀ ପଞ୍ଚାୟତ ପିତାମ୍ବରପୁର ଗ୍ରାମରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ବିଭିନ୍ନ ଜନକଲ୍ୟାଣ କାରୀ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଦ୍ବାରା ପଞ୍ଚାୟତ ବାସୀ ସବୁ ମୌଳିକ ସୁବିଧା ପାଇବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି ଓ ଶୀଳ୍ପ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି।
Article Image
ଜଗତସିଂହପୁର ଜିଲ୍ଲା କୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢିବା ପ୍ରାଥମିକ ଲକ୍ଷ ରଖିବା ସହିତ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀ କ ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ ଓ କଲ୍ୟାଣ କାରୀ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଥିବା ବେଳେ ସରକାର ଆସିବା ର ଏକବର୍ଷ ମଧ୍ୟରେ ଅନେକ କଲ୍ୟାଣ କାରୀ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଶ୍ବାଳୀ ଗ୍ରାମ ପଞ୍ଚାୟତ ର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶକ ଓ
Article Image
ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ସାମଗ୍ରୀ କ ବିକାଶ ହେଉଥିବା ବେଳେ ନିଜକୁ ସାମିଲ କରି ବିଶ୍ବାଳୀ ପଞ୍ଚାୟତ କୋଲଡିଆ ଗ୍ରାମର ସମାଜସେବୀ ରାଜ କିଶୋର ପତିଙ୍କ ନେତୃତ୍ୱରେ ଦେଢ଼ଶହ ପରିବାର ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି।
1