ଏରସମା, 17/01/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ୍ ଅନ୍ତର୍ଗତ ବୃନ୍ଦାବନ ବିହାରୀ ଉଚ୍ଚ ମାଧ୍ୟମିକ ସ୍କୁଲ୍, ଗୋଡ଼ା ରେ ଓଡିଶା ସରକାରଙ୍କ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ତରଫରୁ ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି ।
ଉକ୍ତ ସଭାରେ ସ୍କୁଲର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବି.ବି ହାଇସ୍କୁଲର ପ୍ରଧାନଶିକ୍ଷକ ବେଣୁଧର ସେଠୀ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ମୋଟ ୪୮ ଜଣ ଛାତ୍ରୀ ପ୍ରଶିକ୍ଷଣ ପାଇଥିଲେ । ମାଷ୍ଟର୍ ଟ୍ରେନର୍ ପୂଜା ସ୍ୱାଇଁ ଓ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଅନୁସୟା ବେଉରା ଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇ ସଫଳତାର ସହ ସମାପନ ହୋଇଥିଲା ।