ବୋରିକିନା, 24/07/2025, ଉତ୍କଳ voice news - utkalvoicenews.com

ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ କଳା ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦିନ ୧୦ ଟା ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପ୍ରାଙ୍ଗଣ କୁ ପ୍ରବେଶ କଲାବେଳେ, ଦ୍ୱିତୀୟ ବର୍ଷ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ତାଙ୍କୁ ଫୁଲତୋଡ଼ା ଓ ମଥାରେ ଚନ୍ଦନ ଟିପା ଦେଇ ସ୍ବାଗତ କରି କକ୍ଷକୁ ପାଛୋଟି ନେଇ ଯାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଲତିକା ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ଜେନା ମଙ୍ଗଳାଚରଣ ଗାନ୍ କରିଥିଲେ । ଦ୍ଵିତୀୟ ବର୍ଷ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଉଦ୍ ବୋଧନ ଦେଇ କଠିନ ଅଧ୍ୟବସାୟ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଦେଇ ଆଗକୁ ବଢ଼ିଲେ ଜୀବନରେ ସଫଳ ହେବେ ବୋଲି କହିଥିଲେ । ଏଥିରେ ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ଅଧ୍ୟାପକ ଅଜୟ କୁମାର ଭୋଳ, ପ୍ରଶାନ୍ତ କୁମାର ବେହେରା, ପ୍ରବୀର୍ କୁମାର ସ୍ବାଇଁ, ବିଘ୍ନରାଜ ନାୟକ, ଦିଲ୍ଲୀପ କୁମାର ନନ୍ଦ, ଦିଲ୍ଲୀପ କୁମାର ମହାନ୍ତି, ଶିଶିର କୁମାର ଦାଶ, ବସନ୍ତ କୁମାର ସ୍ବାଇଁ, ଚିତ୍ତ ରଞ୍ଜନ ବେହେରା, ପିଲା ମାନଙ୍କୁ ଚରିତ୍ରବାନ୍, ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅଫିସ୍ କର୍ମଚାରୀ ଅକ୍ଷୟ କୁମାର ଓଝା, ପିଇଟି ବିଚିତ୍ରାନନ୍ଦ ସାହୁ, ଜଗନ୍ନାଥ ରାଉଳ, ସୁବାସ କୁମାର ପରିଡ଼ା, ମୂରଲୀଧର ସେଠୀ, ରମେଶ କୁମାର ବାରିକ, ରଥ ସେଠୀ, ବିଶ୍ୱଜିତ୍ ବିଶ୍ଵାଳ, ବିଜୟ ସେଠୀ, କ୍ଷିରୋଦ ମହାନ୍ତି, ତାରକେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଘର ସଜବାଜ, ଫାଟକ ସଜାଇବା, ପିଲା ମାନଙ୍କୁ ବିସ୍କୁଟ ବଣ୍ଟନ କରିବା କାର୍ଯ୍ୟ ତଦାରଖ କରିଥିଲେ । ପିଲା ମାନେ ନିଜ ନିଜ ବିଷୟରେ ସେମାନଙ୍କ ଅନୁଭୁତି ପ୍ରକାଶ କରିଥିଲେ ।
