ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ନିୟମରେ ବାଜିବ ଡିଜେ ସାଉଣ୍ଡ ର ସଚେତନତା ଶିବିର ରାହାମାରେ ଅନୁଷ୍ଠିତ।

ରାହାମା, 25/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାରେ ବାଜିବ ଡିଜେ, ବିଭିନ୍ନ ପ୍ରୋସେସନ ରେ ଡିଜେ ସାଉଣ୍ଡ ବାଜିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଜଗନ୍ନାଥ ଟେଣ୍ଡ, ଲାଇଟ ଓ ସାଉଣ୍ଡ ମାଲିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନିଉ ଜିତ ମଣ୍ଡପ ବଡ଼ ବଜାର ରାହାମା ରେ ଅନୁଷ୍ଠିତ ହୋଇଥିଲା ସଭାରେ ସଭାପତିତ୍ବ କରିଥିଲେ ଶିଶର କୁମାର ଦାସ, ମୁଖ୍ୟ ଅତିଥି ସ ରୂପେ ଏସ ଡି ପିଓ ଚିନ୍ମୟ ରାଉତ, ସନ୍ନମାନୀୟ ଅତିଥି ତିର୍ତୋଲ ଥାନା ଅରକ୍ଷୀ ଅଧିକାରୀ ପ୍ରଦୀପ୍ତ କୁମାର ସେଠି,ଅନିଲ ବିଶ୍ୱାଳ, ରମେଶ ଚନ୍ଦ୍ର ପୁଷ୍ଟି, ଜନ୍ମଜୟ ତାରେଣିଆ, ସତ୍ୟଜିତ ବିଶ୍ୱାଳ, ପ୍ରଦୀପ ସ୍ୱାଇଁ, ସଙ୍ଗମ ଦାସ, ବିଶ୍ୱଜିତ ଲେଙ୍କା, ରାଜେଶ ଲେଙ୍କା, ଟୁକୁନା ଦାସ, ନିରଂଜନ ଦିବେଦୀ, ଶମ୍ଭୁ ରାଜ ବିଶୋଇ, ଶିବ ପ୍ରସାଦ ସାହୁ, ମନୋଜ, ଦିଲ୍ଲୀପ, ଦିପୁ, ଇଲୁ, ଜିତୁନା, ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଟ ଲାଇଟ ଓ ସାଉଣ୍ଡ ଜିଲ୍ଲାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଉକ୍ତ ସଭାରେ ୧୧ଟି ନିୟମ ପାଳନ କରିବା ପାଇଁ ମାଲିକ ମାନେ ଏହି ନିଷ୍ପତ୍ତି ରାଜି ହୋଇ ଛନ୍ତି। ଏଥିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଡିଜେ ସାଉଣ୍ଡ ମାଲିକ, ପୋଲିସ ପ୍ରଶାସନ, ଜିଲ୍ଲାର ବିଭିନ୍ନ ବ୍ଲକର ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଡିଜେ ସାଉଣ୍ଡ ର ଭୟାବହତା ଏବଂ ଏଥିରୁ ସୁରକ୍ଷିତ ରହିବା ଉପରେ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବା ଗାଇଡ ଲାଇନ ଅନୁସାରେ ପ୍ରତ୍ୟେକ ଡିଜେ ଗାଡ଼ି ରେ ୮ ଟି ବକ୍ସ ଓ ୬୦ ଡିସେମିଲ ମଧ୍ୟରେ ସାଉଣ୍ଡ ରେ ଡିଜେ ବାଜିବ। ଜିଲ୍ଲା ମାଲିକ ସଙ୍ଘ ର ଦୁଇଟି ସ୍କାର୍ଡ ଗାଡ଼ି ସବୁବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିବ। ଯଦି କୈାଣସି ସ୍ଥାନରେ ଅଧିକ ସାଉଣ୍ଡ ଓ ମାଇକ ବ୍ୟବହାର ର ଅଭିଯୋଗ ଆସେ, ତେବେ ଉକ୍ତ ଗାଡ଼ି କୁ ଜବତ କରାଯିବା ସହିତ ତାଙ୍କ ଠାରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ଏବଂ ଆଇନ ଅନୁଯାଇ ସେମାନଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲିି ଘୋଷଣା କରାଯାଇଛି।ସମସ୍ତ ପୋଗ୍ରାମ ପାଇଁ ପ୍ରଶାସନ ଲିଖିତ ଅନୁମତି ଆଣିବା ବାଧ୍ୟତା ମୂଳକ। ରାତ୍ରି ସର୍ବାଧିକ ୧୦ଘଟିକା ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବା ପାଇଁ କମିଟି ସ୍ଥିର କରାଯାଇଛି। ଶବ୍ଦ ପ୍ରଦୂଷଣ ନିମନ୍ତେ ନକରିବା ପାଇଁ ବିଶେଷ ଧ୍ୟାନ ଦେବା ଜରୁରୀ ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ, ସରକାରୀ ଅଫିସ ସମ୍ମୁଖରେ ସାଉଣ୍ଡ ସମ୍ପୂର୍ଣ ବନ୍ଦ ରଖିବା ପ୍ରତି ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ବାହାରୁ ଆସୁଥିବା ସମସ୍ତ ସାଉଣ୍ଡ ଗାଡି ଜଗତସିଂହପୁର ଜିଲ୍ଲାର ନିୟମ ମାନିବା ପାଇଁ ବଧ୍ୟତାମୂଳକ ବୋଲି ସଭାରେ ଆଲୋଚନା କରାଯାଇଥିଲା
1