ଢେ଼ଙ୍କାନାଳ, 26/07/2025, ଉତ୍କଳ voice news - utkalvoicenews.com

ଓଡିଶା ସରକାରଙ୍କ କ୍ରୀଡା ଯୁବସେବା ବିଭାଗ ଏବଂ ୱାକୋ ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା
ଅନୁଗୋଳ ର ଟିଟି ଇନ୍ଦୋର ହଲ୍ ରେ ଚାଳିତ ମାସ ଜୁଲାଇ ୧୧ ରୁ ୧୩ ରେ ଅନୁଷ୍ଠିତ ହୋଇ ଯାଇଛି ।
ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୭୪ ଜଣ ଖେଳାଳୀ ୨ ଜଣ ଅଧିକାରୀ ଏବଂ ୩ ଜଣ ରେଫରି ଅଂଶ ଗ୍ରହଣ କରିଥିଲେ।
ଢେ଼ଙ୍କାନାଳ ଦଳ ଏକ ଚମତ୍କାର ପ୍ରଦର୍ଶନ କରି ୯୯ ଟି ପଦକ ହାସଲ କରିଛନ୍ତି।
ଏହି ପ୍ରଭାବଶାଳୀ ବିଜୟ ରେ ୩୭ ଟି ସ୍ବର୍ଣ୍ଣ,୨୬ ଟି ରୌପ୍ୟ,ଏବଂ ୩୬ ଟି କାଂସ୍ୟ ପଦକ ସହ ଦଳ ଏହି ପ୍ରତିଯୋଗିତା ରେ ପ୍ରଥମ ରନ୍ଓର୍ସ-ପ୍ ହୋଇଥିଲା ।
ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଓଡିଶା ର ୨୨ ଟି ଜିଲ୍ଲା ର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଏହା ବ୍ୟତୀତ ତାମିଲନାଡୁ ର ଚେନ୍ନାଇ ରେ ହେବାକୁ ଥିବା ଆଗାମୀ ଚିଲ୍ଡ୍ରେନ ଆଣ୍ଡ କ୍ୟାଡେଟ୍ ଏବଂ ହିମାଚଳ ର ସୋଲାନ ରେ ଜୁନିଅର ନେସନାଲ ପ୍ରତିଯୋଗୀତା ପାଇଁ ଖେଳାଳୀ ମାନେ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ଖେଳାଳୀ ମାନେ କଠିନ ପରିଶ୍ରମ କରିଥିଲେ ଏବଂ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ତରଫ ରୁ କୋଚ୍ ମିହିର୍ କୁମାର୍ ସାହୁ ଙ୍କ ଅଧୀନରେ ଉଚ୍ଚ ମାନର ତାଲିମ୍ ଦିୟା ଯାଇଥିଲା।
ଆମେଚୋର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡ଼ିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଏବଂ ସମସ୍ତ ସଦସ୍ୟ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,
ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,
ଯୁଗ୍ମ ସମ୍ପାଦକ ବାପି ସାମଲ ,
କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,
ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।