ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ସରପଞ୍ଚ ଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ l

ପାରାଦୀପ ଗଡ, 27/07/2025, ଉତ୍କଳ voice news - utkalvoicenews.com
Article Image
ରାଜ୍ୟର ଏକ ବୃହତ୍ ଗ୍ରାମ ପଞ୍ଚାୟତ ଭାବେ ଜଣାଶୁଣା ଗ୍ରାମ ପଞ୍ଚାୟତ ହେଉଛି ଜଗତସିଂହପୁର ଜିଲ୍ଲାର ପାରାଦୀପ ଗଡ ଗ୍ରାମ ପଞ୍ଚାୟତ l ପାରାଦୀପ ଉପକଣ୍ଠ ରେ ପାରାଦୀପ ପୌରପରିଷଦ କୁ ଲାଗି ଉକ୍ତ ପଞ୍ଚାୟତ ର ପୂର୍ଣ୍ଣ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ଦ୍ଵିତୀୟ ବାର ସରପଞ୍ଚ ଭାବେ ଦାୟିତ୍ଵ ନେବା ପରେ ପଞ୍ଚାୟତ ର ସର୍ବାଙ୍ଗୀନ ପାଇଁ ସେ ଦିନ ରାତି ଲାଗି ପଡିଛନ୍ତି l ପଞ୍ଚାୟତ ରେ ଥିବା ସମସ୍ତ ୧୧ ଗୋଟି ରାଜସ୍ୱ ଗ୍ରାମ ରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ଭାଗବତ ଟୁଙ୍ଗି, ଯୁବକ ସଂଘ, ମହିଳା ସମିତି, ଖେଳ ପଡିଆ, କୋଠଘର, ସମ୍ସାନ ଗୃହ, ଅମୃତ ସରୋବର ଆଦି ବିକାଶ ମୂଳକ କାର୍ଯ୍ୟକ୍ରମ ଶତକଡା ୮୦ ଭାଗ ସରି ଗଲାଣି l ଏହି ପଞ୍ଚାୟତ ର ପୁଅ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ରାଜ୍ୟ ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ହେବା ପରେ ପଞ୍ଚାୟତ ର ବିକାଶ ଦି ଗୁଣିତ ହୋଇଛି l ପଞ୍ଚାୟତ ରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅନୁଦାନ, ପଞ୍ଚାୟତ ର ନିଜସ୍ୱ ଆୟ, କଳକାରଖାନା ପାରିପାର୍ଶିକ ଉନ୍ନୟନ ଯୋଜନା ଓ ମନ୍ତ୍ରୀଙ୍କ ସ୍ଵତନ୍ତ୍ର ଅନୁଦାନ ପ୍ରଦାନ ଫଳରେ ପଞ୍ଚାୟତ ର ଦୃତ ବିକାଶ ହୋଇ ପାରିଛି l ଏହି ପରିପ୍ରେକ୍ଷିରେ ପାରାଦୀପ ଗଡ ଗ୍ରାମ ରେ ୱାର୍ଡ ନଂ ୦୫ ଓ ୦୬ ରେ ଦୀର୍ଘ ବର୍ଷ ହେବ ବର୍ଷା ଦିନେ ଓ ଅଦିନିଆ ବର୍ଷା ହେବା ଦ୍ବାରା ଜଳ ନିସ୍କାସନ ପାଇଁ କୌଣସି ବାଟ କିମ୍ବା ସୁବିଧା ନଥିବାରୁ ଦୁଇ ୱାର୍ଡ଼ ବାସୀ ଓ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଉକ୍ତ ଅସୁବିଧା କୁ ଉପଲବ୍ଧି କରି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଜଳ ନିସ୍କାସନ ପାଇଁ ପାଇପ୍ ଲାଇନ୍ ଡ୍ରେନ ନିର୍ମାଣ କରିବା ଦ୍ୱାରା ବହୁ ଦିନର ସମସ୍ୟା ଦୂର ହୋଇ ପାରିଛି l ଏହି ଅବସରେ ଏକ ସ୍ବତନ୍ତ୍ର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ l ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ଚୂନ ବେଲାରି ଗ୍ରାମରେ "ମା କେନ୍ଦୁଆଣି ମନ୍ଦିର" ପୀଠରେ ଆନନ୍ଦ ବଜାର/ଭୋଗ ମଣ୍ଡପ ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲଭ କର, ଶୁକଦେବ ତରାଇ, ଲିପୁନ୍ ବେହେରା, ବାପିନା ପଣ୍ଡା, ଫୁଲ ସାହୁ, ଲୋକନାଥ ବେହେରା, ୱାର୍ଡ ସଭ୍ୟା ନଳିନୀ ପ୍ରଭା ସାହୁ, ବିଚିତ୍ର ପ୍ରଧାନ, ସତ୍ୟଭମା ସ୍ଵାଇଁ, ରେବତୀ ସ୍ବାଇଁ, ଚନ୍ଦ୍ରକାନ୍ତ ସ୍ୱାଇଁ, ଟିକି ଜେନା, ସଚ୍ଚିଦାନନ୍ଦ ମହାପାତ୍ର, କଳ୍ପନା ଦାସ, ସଙ୍ଗୀତା ବେହେରା, ସୁଜାତା ବେହେରା, ବିକ୍ରମ ସାହୁ ପ୍ରମୁଖ ଯୋଗଦେଇ ଥିଲ l ସରପଞ୍ଚ ଙ୍କ ଏପରି ଜନ ହିତକର କାର୍ଯ୍ୟକୁ ସବୁ ମହଲ ରୁ ପ୍ରଶଂସା କରାଯାଇଛି l
Article Image
Article Image
Article Image
Article Image
Article Image
1