ବାଲିତୁଠ, 17/01/2025, ଉତ୍କଳ voice news - utkalvoicenews.comଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିତୁଠ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିତୁଠ ଶାଖା ଉଦଘାଟିତ ହୋଇଯାଇଛି ।

ଏହି ଉପଲକ୍ଷେ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଚିଫ୍ ଜେନେରାଲ ମ୍ୟାନେଜର ଦୀନେଶ ପୂର୍ତ୍ତି ଯୋଗଦେଇ ବ୍ୟାଙ୍କ୍ ଶାଖାର ଉଦଘାଟନ କରିଥିଲେ। ଷ୍ଟେଟ ବ୍ୟାଙ୍କ ବିଶେଷକରି ସାମାଜିକ ଦାୟିତ୍ଵ ବୋଧ ଉପରେ ଗୁରୁତ୍ଵାରୋପ କରେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର ଶୈଳେଶ ସିହ୍ନା, ରେଜିଓନାଲ ମ୍ୟାନେଜର ଦେବାଶିଷ ରଥ, ବାଲିତୁଠ ଶାଖା ପରିଚାଳକ ସିଦ୍ଧାର୍ଥ ବେହେରା, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାମଦେଇପୁର ପୂର୍ବତନ ସରପଞ୍ଚ ଗୋପିନାଥ ସାମନ୍ତରାୟ, ଏରସମା ସହକାରୀ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ନୂଆଗାଁ ସାଧନ କେନ୍ଦ୍ର ସଂଯୋଜକ ଶେଷଦେବ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲାବେଳେ, ସି ଆର ସି ସି ନିରଞ୍ଜନ ମହାପାତ୍ର, ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୀନା ନନ୍ଦ, ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ରାଉତ, ସଚ୍ଚିଦାନନ୍ଦ ପରିଡା, ଗଗନବିହାରୀ ପାତ୍ର ଓ କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ସାମାଜିକ ଦାୟିତ୍ଵ ବୋଧ କ୍ରମରେ ସ୍ଥାନୀୟ ଅଞ୍ଚଳର ୧୮ଟି ବିଦ୍ୟାଳୟକୁ, ଇନଭରଟର, ଷ୍ଟିଲ ଆଲମାରୀ, ପ୍ରିଣ୍ଟର ମେସିନ, ଆକୁଆଗାର୍ଡ ପ୍ରଭ୍ରୃତି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିଲା।