ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୯୦ ପ୍ରତିଶତ ଭିନ୍ନକ୍ଷମ,ଭତ୍ତା ମିଳୁଛି ସେଇ ହଜାରେ।

ଏରସମା, 27/07/2025, ଉତ୍କଳ voice news - utkalvoicenews.comକାନ୍ଧ ଠାରୁ ବାମହାତ ସମ୍ପୁର୍ଣ୍ଣ କଟି ଯାଇଛି।୯୦ ପ୍ରତିଶତ ଭିନ୍ନକ୍ଷମ।ହେଲେ ନୂଆ ସରକାରଙ୍କ ନୂଆ ଯୋଜନାରେ ୩ ହଜାର ୫ ଶହ ଟଙ୍କା ଭତ୍ତା ଏଯାବତ୍ ମିଳୁନାହିଁ। ଏରସମା ବ୍ଲକ୍ ଜପା ପଞ୍ଚାୟତ ଅନ୍ତର୍ଗତ ଧୋବେଇ ଜଙ୍ଗଲ ଗ୍ରାମର ରଘୁନାଥ ମଣ୍ଡଳ (୬୫) ୯୦ ପ୍ରତିଶତ ଭିନ୍ନକ୍ଷମ।ସେ' ଦୀର୍ଘ କିଛିବର୍ଷ ଧରି ହଜାର ଟଙ୍କା ଭିନ୍ନକ୍ଷମ ଭତ୍ତା ପାଇ ଆସୁଛନ୍ତି।ହେଲେ ନୂଆ ସରକାରଙ୍କ ନୂଆ ଯୋଜନା କ୍ରମରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ଯୋଜନାରେ ରଘୁନାଥଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ।ଏଥିପାଇଁ ସେ' ଏକାଧିକ ବାର ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କକଥା କେହି ଶୁଣୁ ନଥିବାର ପ୍ରକାଶ କରିଛନ୍ତି।ତେବେ ରଘୁନାଥଙ୍କୁ ୩ ହଜାର ୫ ଶହ ଟଙ୍କା ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବାକୁ ଦାବି ହେଉଛି।
Article Image
1