ଏରସମା, 27/07/2025, ଉତ୍କଳ voice news - utkalvoicenews.com
ଅଙ୍ଗର ସରୀର ୯୦ ପ୍ରତିଶତ ଭିନ୍ନକ୍ଷମ।ହେଲେ ନୂଆ ସରକାରଙ୍କ ନୂଆ ଯୋଜନାରେ ୩ ହଜାର ୫ ଶହ ଟଙ୍କା ଭତ୍ତା ଏଯାବତ୍ ମିଳୁନାହିଁ। ଏରସମା ବ୍ଲକ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ରାଜେନ୍ଦ୍ର କୁମାର ପାତ୍ରଙ୍କ ଏକମାତ୍ର ପୁଅ (ଅମିତ୍ କୁମାର ପାତ୍ର (୧୧) ୯୦ ପ୍ରତିଶତ ଭିନ୍ନକ୍ଷମ । ସେ ଦୀର୍ଘ କିଛିବର୍ଷ ଧରି ହଜାର ଟଙ୍କା ଭିନ୍ନକ୍ଷମ ଭତ୍ତା ପାଇ ଆସୁଛନ୍ତି।ହେଲେ ନୂଆ ସରକାରଙ୍କ ନୂଆ ଯୋଜନା କ୍ରମରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ଯୋଜନାରେ ଅମିତ୍ ଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ।ଏଥିପାଇଁ ତାଙ୍କ ବାପା ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କକଥା କେହି ଶୁଣୁ ନଥିବାର ପ୍ରକାଶ କରିଛନ୍ତି।ତେବେ ଅମିତ୍ ଙ୍କୁ ସରକାର ୩ ହଜାର ୫ ଶହ ଟଙ୍କା ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବା ସହିତ କୈାଣସି ସଂସ୍ଥା କିମ୍ବା ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ ଜନାର୍ଦ୍ଦନପୁର ଗ୍ରାମବାସୀମାନେ ଦାବି କରିଛନ୍ତି।