ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜଗତସିଂହପୁର ଜିଲ୍ଲାରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ*

କୁଜଙ୍ଗ, 27/07/2025, ଉତ୍କଳ voice news - utkalvoicenews.comସମ୍ପର୍କୀୟ ଦୁଇ ଭାଇ ଅଟକ (କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୁଜଙ୍ଗ ଥାନା ଅନ୍ତର୍ଗତ ବାଣସରା ଗ୍ରାମରେ ଜଣେ ନାବାଳିକାକୁ ଅନ୍ତଃସତ୍ତ୍ବା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କୁଜଙ୍ଗ ପୋଲିସ ସମ୍ପର୍କୀୟ ଦୁଇ ଭାଇଙ୍କୁ ଏହି ଅଞ୍ଚଳର ନିଶାକର ଦାଶଙ୍କ ଦୁଇ ପୁଅ ଭାଗ୍ୟଧର ଦାଶ ଓ ଗୁଲିଆ ଓରଫ ପଞ୍ଚାନନ ଦାଶଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
Article Image
ଏନେଇ କୁଜଙ୍ଗ ପୋଲିସ ପୀଡ଼ିତା ନାବାଳିକାର ବାପାଙ୍କ ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୨୭୫/୨୫ ଧାରାରେ ମୋକଦ୍ଦମା ରୁଜୁ କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଚିକିତ୍ସିତ କରାଉଥିବା ସୂଚନା ମିଳିଛି। ପୀଡ଼ିତାର ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଝିଅ ସହ ଉପରୋକ୍ତ ଦୁଇ ଭାଇ ପ୍ରାୟ ଏକ ବର୍ଷ ପୂର୍ବରୁ ବାରମ୍ବାର ଶାରୀରିକ ପାହ ସମ୍ପର୍କ ରଖିଥିଲେ । ଯାହାକି ତାଙ୍କ ବର୍ତ୍ତମାନ ୬/୭ ମାସ ଅ ଅନ୍ତଃସତ୍ତ୍ବା ଅଛି । ଝିଅ ଅନ୍ତଃସତ୍ତ୍ବା ହୋଇଥିବା ଜଣାପଡିବା ପରେ ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଟୁଲୁ ବାବୁଙ୍କ ଘରକୁ ଝିଅକୁ ନେଇ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଭାଇ ଟଙ୍କା ନେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। । ସେ ସେମାନଙ୍କ କଥାରେ ରାଜି ନହେବାରୁ ଉଭୟ ବାପ ଝିଅଙ୍କୁ ହତ୍ୟା କରିବାକୁ ଉଭୟ ଅଭିଯୁକ୍ତ ଧମକ ଦେଇଥିବା ଅଭିଯୋଯୋଗରେ ଦର୍ଶାଇଛନ୍ତି ।
Article Image
ତେଣୁ ଏ ନେଇ କୁଜଙ୍ଗ ଥାନା ସବଇନ୍ସପେକ୍ଟର ରଶ୍ମି ରଞ୍ଜନ ସାହୁ ତଦନ୍ତକାରୀ ଅଧିକାରୀ ଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସମ୍ପୂର୍ଣ ଘଟଣାର ସତ୍ୟତା ତଦନ୍ତ ପରେ ଜଣାପଡିବ ବୋଲି ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ କହିଛନ୍ତି ।
Article Image
1