ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାଷା ସୁରକ୍ଷା କ୍ଷେତ୍ରରେ ସାହିତ୍ଯ ପତ୍ରିକା ଗୁରୁତ୍ୱପୂର୍ଣ୍ଣ

କୁଜଙ୍ଗ, 28/07/2025, ଉତ୍କଳ voice news - utkalvoicenews.com ଆଦିକବି ସାରଳା ଦାସ ଓଡିଆ ଭାଷାକୁ ସାହିତ୍ୟ ସର୍ଜନା ମାଧ୍ୟମରେ ଲିପିବଦ୍ଧ କରି ଓଡିଆ ଜାତିକୁ ବିଶ୍ବରେ ପରିଚୟ ଦେବା ସହିତ ଯେଉଁ ମହାନତା ପ୍ରଦର୍ଶନ କରି ଯାଇଛନ୍ତି ,ଆଜି ଇଂରାଜୀର ବହୁଳ ବ୍ଯବହାର ଯୋଗୁ ଓଡିଆ ଭାଷା ଅସୁରକ୍ଷିତ ହୋଇ ପଡିଛି ବୋଲି ସାହିତ୍ଯ ପତ୍ରିକା ଉନ୍ମୋଚନ ଉତ୍ସବରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Article Image
କୁଜଙ୍ଗ ଅନ୍ତର୍ଗତ କରତୁଠା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଡଃ କେଶବଚନ୍ଦ୍ର ଦଳାଇଙ୍କ ପୌରହିତ୍ୟରେ ଗୀତା ଦାସଙ୍କ ସମ୍ପାଦନାରେ ପ୍ରକାଶିତ ତ୍ରୈୟମାସିକ ସାହିତ୍ଯ ପତ୍ରିକା 'ଭାଇ ଭଉଣୀ' ଉନ୍ମୋଚନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଓଡିଶା ସାହିତ୍ଯ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇ ଯୋଗଦେଇ ମାତୃଭାଷା ଯେଉଁ ସଂକଟ ଜନକ ଅବସ୍ଥାରେ ଗତି କରୁଛି,ଏହା ଶୁଭ ସୂଚନା ନୁହେଁ। ଏ କ୍ଷେତ୍ରରେ ସାହିତ୍ଯ ପତ୍ର ପତ୍ରିକା ଆଶ୍ବାସନାର ବିଷୟ ବୋଲି କହିଥିଲେ।ମୁଖ୍ଯବକ୍ତା ' ପ୍ରିୟବନ୍ଧୁ' ଅଧ୍ଯକ୍ଷ ଡଃ ରଘୁନାଥ ସାହୁ ପାରାଦ୍ବୀପରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନ ଗୁଡିକ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ନିରୁତ୍ସାହିତ ମନୋଭାବ ପୋଷଣ କରୁଥିବାରୁ କୁଜଙ୍ଗରୁ ସାହିତ୍ୟ ପତ୍ରିକା ପ୍ରକାଶ ପାଇବା ସମ୍ଭବ ହେଉ ନଥିବା ବେଳେ ଗୀତା ଦାସଙ୍କ ଏକକ ଉଦ୍ୟମକୁ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଗାଳ୍ପିକ ଡଃ ସନ୍ତୋଷ ସାମଲ,ଦୀପ୍ତି ଖଣ୍ଡୁଆଳ,କବି ପ୍ରଭାତୀ ମାଝୀ ପ୍ରମୁଖ ଓଡିଆ ପତ୍ର ପତ୍ରିକା ସମ୍ପର୍କରେ ମତ ରଖିଥିଲେ।ପତ୍ରିକାର ଉପଦେଷ୍ଟା ବିଭୁତିଭୁଷ ଦାସ ପ୍ରାରମ୍ଭରେ ସଭାର ଆଭିମୁଖ୍ଯ ବର୍ଣନା କରିଥିବା ବେଳେ ବିଜୟ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।
8