ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଳିକା ବର୍ଣ୍ଣିତ ପୀଠ ଶ୍ରୀ ଶ୍ରୀ ପାରେଶ୍ୱର ଅମୁହାଁ ଦେଉଳରେ ୨୧ତମ ନବଗ୍ରହ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ।ଲାଗିଛି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼।

ନିମିଢ଼ି, 14/11/2024, ଉତ୍କଳ voice news - utkalvoicenews.comମାଳିକା ବର୍ଣ୍ଣିତ ଶ୍ରୀ ଶ୍ରୀ ପାରେଶ୍ଵର ଅମୁହାଁ ଦେଉଳରେ ପାଳିତ ହୋଇଛି ୨୧ତମ ନବଗ୍ରହ ଓ ବିଶ୍ଵଶାନ୍ତି ମହାଯଜ୍ଞ।ମାଳିକା ବର୍ଣ୍ଣିତ ପୀଠ ଶ୍ରୀ ଶ୍ରୀ ପାରେଶ୍ବର ଭଗବାନଙ୍କ ଦର୍ଶନ ପାଇଁ ଲାଗିଛି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ହରିବୋଲ,ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଛି ମାଳିକା ବର୍ଣ୍ଣିତ ଏହି ଅମୁହାଁ ଦେଉଳ ଭଗବାନ ପାରେଶ୍ଵରଙ୍କ ଭକ୍ତି ପୀଠ।ଏପରି ଭକ୍ତିମେୟ ପରିବେଶ ଦେଖିବାକୁ ମିଳିଛି ପାରାଦ୍ଵୀପ ଉପକଣ୍ଠ ନିମିଢ଼ି ସ୍ଥିତ ଭଗବାନ ପାରେଶ୍ୱରଙ୍କ ଅମୁହାଁ ଦେଉଳ ପରିସରରେ।ତେବେ ରାଜା ମହାରାଜାଙ୍କ ଅମଳରୁ ସ୍ଵୟଂ ଭଗବାନ ପାରେଶ୍ଵର ଏହି ଅମୁହାଁ ଦେଉଳରେ ପୂଜା ପାଉଥିବା ବେଳେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ନିଷ୍ଠାର ସହ କଷ୍ଟାରେ ରହି ଭକ୍ତ ମାନେ ଏହି ମାଳିକା ବର୍ଣ୍ଣିତ ଧାମରେ ଲୋକଙ୍କ ମଙ୍ଗଳ କାମନା କରିବା ନିମନ୍ତେ ନବଗ୍ରହ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହା ଆଢ଼ମ୍ବର ସହାକାରେ ପାଳନ କରିଛନ୍ତି।ମାତ୍ର ପରାଶର ମହାମୁନିଙ୍କ ନାମରେ ନାମିତ ହୋଇଛି ଏହି ଭଗବାନ ପାରେଶ୍ୱରଙ୍କ କ୍ଷେତ୍ର।ଏହା ଏକ ଏପରି କିମ୍ବଦନ୍ତୀ କ୍ଷେତ୍ର ଯିଏ ଭଗବାନ ପାରେଶ୍ଵରଙ୍କୁ ସ୍ମରଣ କରିଥାଏ ତାଙ୍କର ମନ ସ୍କ୍ମାମନା ନିଶ୍ଚିନ୍ତ ପୂରଣ ହୋଇଥାଏ।ଏହି କ୍ଷେତ୍ରରେ ସନାତନ ଧର୍ମ ଗ୍ରନ୍ଥ ଅନୁସାରେ ଧର୍ମର ମାସ କାର୍ତ୍ତିକ ମାସରେ ଅମୁହାଁ ଦେଉଳରେ ପୂଜା ପାଉଥିବା ଭଗବାନ ପାରେଶ୍ୱରଙ୍କ ଧାମରେ ପାଞ୍ଚଦିନ ବ୍ୟାପି ଲୋକଙ୍କ ମଙ୍ଗଳ କାମନା କରିବା ପାଇଁ ନବଗ୍ରହ ଓ ବିଶ୍ଵଶାନ୍ତି ମହାଯଜ୍ଞ କରାଯାଇଥାଏ ବୋଲି ଭକ୍ତଙ୍କ ପକ୍ଷରୁ କୁହାଯାଇଛି।
Article Image
Article Image
Article Image
1