ଜଗତସିଂହପୁର, 17/01/2025, ଉତ୍କଳ voice news - utkalvoicenews.comଆଜି ଜଗତସିଂହପୁର ର ୨୬ ତମ ପୁସ୍ତକ ମେଳା ଅବସରରେ ବିଶିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ଶ୍ରୀମତୀ ସୌଭାଗିନୀ ରାୟ ଙ୍କ ଦ୍ୱାରା ରଚିତ "ଜଗତସିଂହପୁର ମାଟିର ମହକ " ପୁସ୍ତକ ବିଶିଷ୍ଟ ଜ୍ୟୋତିର୍ବିଦ ତଥା ସମାଜ ସୁଧାରକ ଡ଼ ଅରୁଣ କୁମାର ପାଣି ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି !
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସାହିତ୍ୟିକ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ,ଦେବେନ୍ଦ୍ରନାଥ କର, ପ୍ରଶାନ୍ତ କୁମାର ମହାପାତ୍ର, ବନବିହାରୀ ଗଛାୟତ, ବସନ୍ତ କୁମାର ନାୟକ, ଏବଂ ରାମାୟଣୀ ପଣ୍ଡିତ ଅଭୟ ଦାଶ ଯୋଗଦାନ କରିଥିଲେ ! ଶ୍ରୀମତୀ ରାୟ ଙ୍କ ଦ୍ୱାରା ରଚିତ ପୁସ୍ତକ ର ଦ୍ଵିତୀୟ ଭାଗ ରେ ଜିଲ୍ଲା ର ଅନେକ ବରପୁତ୍ର ମାନଙ୍କ ଜୀବନୀ ସ୍ଥାନ ପାଇଛି ! ଏହି ପୁସ୍ତକ ଅନେକ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବି ମାନଙ୍କ ଜୀବନରେ ମାର୍ଗଦର୍ଶନ କରିବ ବୋଲି ଦିବ୍ୟଦୂତୀ ପ୍ରକାଶନ ତରଫରୁ ଶୁଭ୍ରାଂଶୁ ସାମନ୍ତରାୟ ପ୍ରକାଶ କରିଛନ୍ତି !