ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୬ ଜଣ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡା, 28/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ହାଇସ୍କୁଲର ଅବସରପ୍ରାପ୍ତ ୬ ଜଣ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ପଙ୍କଳବାଡି ଗ୍ରାମସ୍ଥ ଆର.ଏ.ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ସଭାପତି ଦୁତିକୃଷ୍ଣ ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ବାଇଁ, ମୁଖ୍ୟ ବକ୍ତା ଭାବେ ବେଗୁନିଆପଡ଼ା ବ୍ଲକ କ୍ରୀଡା ସମ୍ପାଦକ ଭଗବାନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ କ୍ରୀଡା ସମ୍ପାଦକ ଜ୍ଞାନ ରଞ୍ଜନ ଜାଲି, ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ପଙ୍କଳବାଡି ଏସଏମସି ସଭାପତି ରିତା ଜେନା ଓ ପ୍ରଧାନ ଶିକ୍ଷକ ନାକା ରମଣ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ କରଚୁଲି ହାଇସ୍କୁଲର ବେଣୁଧର ପ୍ରଧାନ, ପୋଚାଲୁଣ୍ଡି ହାଇସ୍କୁଲର ଭଗବାନ ପ୍ରଧାନ, ଅନ୍ତରପଡା ହାଇସ୍କୁଲର ଭାସ୍କର ବେହେରା, ଖୋଳଖାଳି ହାଇସ୍କୁଲର ସୁଦର୍ଶନ ଖଟୁଆ, ତାଳସାକର ହାଇସ୍କୁଲର ବି.ଗୋପାଳ ପାତ୍ର ଓ ମୋଟାବାଡି ହାଇସ୍କୁଲର ପ୍ରଦୀପ କୁମାର ନାୟକ ପ୍ରମୁଖ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୁଦ୍ଧଗିରି ବିଦ୍ୟାପୀଠ କ୍ରୀଡା ଶିକ୍ଷକ ବିନୋଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ବୁଗୁଡା ବ୍ଲକ କ୍ରୀଡା ଶିକ୍ଷକ ସଂଘ ସମ୍ପାଦକ ବିଶ୍ବେଶ୍ବର ଗିରି ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1