ବୁଗୁଡ଼ା, 28/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକ ଜିଲ୍ଲା ଅଶୁରାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରାନ୍ତ ବିଚାର ବର୍ଗ ଉଦଘାଟନ ହୋଇଯାଇଅଛି। ଏହି ଉଦଘାଟନ କ୍ଷେତ୍ରରେ ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ବିଚାର ବର୍ଗର ପ୍ରସ୍ତାବ ରଖିଥିଲେ। ମୁଖ୍ୟ ଅତିଥି ଅସୁରାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ମିନତୀ ସାହୁ,ଉତ୍କଳ ଭୂଷଣ ନାୟକ,ମୁଖ୍ୟ ବକ୍ତା ଭାବରେ ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବ କ୍ଷେତ୍ର ସଂଯୋଜକ ଆଶୁତୋଷ ମୁଖାର୍ଜୀ ଉପସ୍ଥିତ ଥିଲେ। ସ୍ବାବଲମ୍ବୀ ଭାରତ ଅଭିଯାନ ର ଭଦ୍ରକ ଜିଲ୍ଲା ସମନୟକ ଦୀପକ ବାରିକ ମଞ୍ଚ ପରିଚାଳନା କରିଥିଲେ। ତୃତୀୟ ଦିନରେ ବିଭିନ୍ନ ଜିଲ୍ଲାର ଦାୟିତ୍ଵ ଘୋଷଣା କରାଯାଇଥିଲା ଏହି ଅବସରରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଲଖାଲି ଗ୍ରାମର ରାକେଶ ଜେନା ଙ୍କୁ ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ଯୁବ ପ୍ରମୁଖ ଭାବରେ ଗୁରୁ ଦାୟିତ୍ଵ ଦିଆ ଯାଇଥିବା ଜଣାପଡିଛି।