ଭୁବନେଶ୍ୱର, 29/07/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଦେଶ ସ୍ବାଧୀନତା ଜରୁରୀ କାଳିନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ମାନଙ୍କୁ ସରକାର ସହଯୋଗ ପ୍ରାପ୍ତି ନିମନ୍ତେ ରବିବାର ଭୁବନେଶ୍ୱର ଆଇଗିଣିଆ ଲଷ୍ମୀ ନାରାୟଣ ମନ୍ଦିର ପରିସରରେ ପୁରୁଷୋତ୍ତମ ପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଲୋକତନ୍ତ୍ର ସେନାନୀ ସଂଘ ଓଡ଼ିଶା ପୁଞ୍ଜିକୃତ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିକଟକୁ ଏକ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି।୧୯୭୫ରୁ ୭୭ ପରିସ୍ଥିତି ସମୟରେ ସଂଗ୍ରାମୀ ମାନଙ୍କୁ ସୀକୃତି ଓ ସମ୍ମାନିଧି ସରକାରଙ୍କ ପକ୍ଷରୁ ସୁବିଧା ଦେବାର କାର୍ଯ୍ୟ ଆରମ୍ଭ କରିଛନ୍ତି ଏଥି ମଧ୍ଯରେ ଅନେକ ବନ୍ଦୀ ମୃତ୍ଯୁବରଣ କରିସାରିଛନ୍ତି ଓ ଅନେକଙ୍କର କାଗଜପତ୍ର ମିଳିବା ସମ୍ଭବ ହେଉନାହିଁ ।ନିମ୍ନ ଅନୁରୋଧ ଗୁଡିକ ବିଚାରକୁ ନେଲେ ସମସ୍ତ ବନ୍ଦି ଉପକୃତ ହୋଇ ପାରିବେ। ସେଥି ମଧ୍ୟରେ ଯେଉଁ ମାନଙ୍କର କାଗଜପତ୍ର ନାହିିଁ ସେମାନଙ୍କୁ କାଗଜପତ୍ର ଥିବା ସହ ବନ୍ଦି ମାନେ ଚିହ୍ନଟ କରିବାର ନିୟମ କରିଲେ ସେମାନେ ସମ୍ମାନିଧି ପାଇବା ଯୋଗ୍ୟ ନିବେଚିତ ହେବେ,ଯେଉଁ ବନ୍ଦି ଇତି ମଧ୍ଯରେ ମୃତ୍ଯୁବରଣ କରିଛନ୍ତି ସେମାନଙ୍କର ବିଧବା ପତ୍ନୀ ମାନଙ୍କୁ ସମ୍ମାନିଧି ମିଳିବାର ନିୟମ, ବନ୍ଦୀ ଓ ତାଙ୍କ ବିଧବା ପତ୍ନୀଙ୍କ ସ୍ଵସ୍ଥା ପାଇଁ ଆଇନି କରାଯିବା, ସରକାରୀ ବସ ତଥା ସରକାର ଅତିଥିଭବନରେ ରହିବାର ସୁଯୋଗ ଦେବା,ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା,ଅଗଷ୍ଟ ୧୫ ଜାନୁଆରୀ ୨୬ ଭଳି ଜାତୀୟ ଦିବସ ମାନଙ୍କରେ ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରଣ କରିବାକୁ ଅନୁରୋଧ। ଉକ୍ତ ସଭାରେ କାହ୍ନୁଚରଣ ବେହେରା,ବିଷ୍ଣୁପଦରାଜ ମହାନ୍ତି,ପ୍ରଦୀପ୍ତ କିଶୋର,ବାବାଜୀ ଚରଣ ସ୍ଵାଇଁ,ଶରତ କୁମାର ଷଡ଼ଙ୍ଗୀ,ବାଦଲ କୁମାର ନାୟକ,ଦେବ୍ରାଜ ସାହୁ,ଖୁଣ୍ଟିଆ ସାର,କୃଷ୍ଣ ଚନ୍ଦ୍ର ମହାନ୍ତି ମିହିର ବିଧାର, ଜୀଶବନ୍ତ ଦାସ, ନୃସିଂହ ଖୁଣ୍ଟିଆ, ସୁରସୁନ୍ଦରୀ ମହାନ୍ତି, ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
