ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଏହି ଦିନ ଜିଲ୍ଲା ର ସମସ୍ତ ସେବା ବନ୍ଦ ରହିବ*

ଢେଙ୍କାନାଳ, 29/07/2025, ଉତ୍କଳ voice news - utkalvoicenews.comଢେଙ୍କାନାଳ ପୋଷ୍ଟାଲ ଡିଭିଜନ୍ ଅନ୍ତର୍ଗତ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରଧାନ ଡାକଘର, ସମସ୍ତ ଉପଡାକଘର ଏବଂ ଶାଖା ଡାକଘରେ ଡାକ ସେବା ଅଗଷ୍ଟ ୨ ତାରିଖ (ଶନିବାର) ଦିନ ବନ୍ଦ ରହିବ ।
Article Image
ଭାରତୀୟ ଡାକ ବିଭାଗରେ ପ୍ରଚଳିତ ସଫ୍ଟୱେୟାର ବଦଳରେ ନିଜସ୍ବ ଆଇ.ଟି 2.0 ସଫ୍ଟୱେୟାର ପ୍ରଚଳିତ ହେବାକୁ ଯାଉଛି । ଢେଙ୍କାନାଳ ଓ ଅନୁଗୁଳ ପ୍ରଧାନ ଡାକଘର ଓ ଏହା ଅଧୁନସ୍ଥ ସମସ୍ତ ଉପ ଡାକଘର ତଥା ସମସ୍ତ ଶାଖା ଡାକଘରେ ଆସନ୍ତା ଅଗଷ୍ଟ ମାସ ୪ ତାରିଖରୁ ଏହି ସଫ୍ଟୱେୟାର ଆରମ୍ଭ ତଥା କାର୍ଯ୍ୟକ୍ଷମ ହେବାକୁ ଯାଉଛି |
Article Image
ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଓ ବୈଷୟିକ କାରଣରୁ ଆସନ୍ତା ଅଗଷ୍ଟ ୨ ତାରିଖ ( ଶନିବାର) ଦିନ ଢେଙ୍କାନାଳ ଡାକମଣ୍ଡଳର ସମସ୍ତ ପ୍ରଧାନ ଡାକଘର, ଏହା ଅନସ୍ଥ ସମସ୍ତ ଉପ ଡାକଘର ଏବଂ ଶାଖା ଡାକଘର ଗୁଡ଼ିକରେ ଡାକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ସମସ୍ତ ଜନ ସାଧାରଣ, ଗ୍ରାହକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସହଯୋଗ କରିବା ନିମନ୍ତେ ଢେଙ୍କାନାଳ ଡାକ ମଣ୍ଡଳର ଅଧିକ୍ଷକ ଶ୍ରୀ ଯମେଶ୍ବର ଗଡ଼ନାୟକ ଅନୁରୋଧ କରିଛନ୍ତି। ଏହି ସଫ୍ଟୱେୟାର ପ୍ରଚଳନ ହେବା ଫଳରେ ଡାକ ସେବା ଅଧୂକ ସହଜ, ତ୍ବରିତ ଓ ଲୋକାଭିମୁଖୀ ହୋଇ ପାରିବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଡାକଘର ଅଧକ୍ଷ ଶ୍ରୀ ଗଡ଼ନାୟକ କହିଛନ୍ତି।
1