ଜଗତସିଂହପୁର / ନିଆଳି, 30/07/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :

ଜଗତସିଂହପୁର ସଦର ମହକୁମା ସଂଲଗ୍ନ ଦେବୀକନ୍ଦଳ ଦ୍ବିପଞ୍ଚଳ ର ଡ଼ିହସିଠାଳ ସରକାରୀ ଉଚ୍ଚବିଦ୍ୟାଳୟରେ ଏକ ନିଆରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ଏହି କାର୍ଯ୍ୟକ୍ରମକୁ ନିଆଳି ମଣ୍ଡଳ ଶିକ୍ଷାଅଧିକାରିଣୀ ଜ୍ୟୋସ୍ନାରାଣୀ ମହାପାତ୍ର ଉଦଘାଟନ କରିଥିଲେ |ପ୍ରଧାନ ଶିକ୍ଷକ ରମାକାନ୍ତ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିକଟ ରେ ଅବସର ନେବାକୁ ଥିବା ବି ଇ ଓ, ଜ୍ୟୋସ୍ନାରାଣୀ ମହାପାତ୍ରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ଓ ବିଭିନ୍ନ ବୃକ୍ଷାଦି ଉପହାର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଅନନ୍ତ ନାରାୟଣ ସିଂହ, ହିରଣ୍ୟମୟୀ ମିଶ୍ର, ସି. ଆର. ସି. ଶୁକଦେବ ସୋରେନ, ଭୃଙ୍ଗରାଜ ପରିଡା ଯୋଗଦେଇଥିଲେ |ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାପାତ୍ର, ଶିକ୍ଷକ ଦୁବରାଜ ହେମ୍ବ୍ରମ, ପ୍ରିୟରଞ୍ଜନ ବେହେରା, କଳ୍ପତରୁ ଗୋଛାୟତ, ସୌମେନ୍ଦ୍ର ମହାନ୍ତି, ରାକେଶ ରଞ୍ଜନ ଓଝା, ପୁଷ୍ପଲତା ଖଟୁଆ, ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ନାୟକ, ମୋ ସ୍କୁଲ କମିଟିର ସଭାପତି ଗିରିଶ ଚନ୍ଦ୍ର ମହାପାତ୍ର, ବନଲତା ନାୟକ, ଜ୍ୟୋତିର୍ମୟୀ ମହାନ୍ତି, କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |ବରିଷ୍ଠ ଶିକ୍ଷୟିତ୍ରୀ କାବେରୀ ବଡୁ ଧନ୍ୟବାଦ ଅର୍ପଣ କରିଥିଲେ |ପ୍ରଧାନ ଶିକ୍ଷକଙ୍କ ଏପରି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା କରାଯାଇଛି |


