ଜଗତସିଂହପୁର, 30/07/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ) :
ତା 27/7/2025ସନ୍ଧ୍ୟାରେ କଟକ ସ୍ଥିତ ଓଡିଶା ସୁରକ୍ଷା ସେନା ଅଡିଟରିଅମ ରେ ଉତ୍କଳୀୟ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀ ଅଭିଷେକ ଯୋଶୀ (ଓଡିଶା ସୁରକ୍ଷା ସେନା ର ପ୍ରତିଷ୍ଠାତା )ମୁଖ୍ୟବକ୍ତା ଭାବେ ଡକ୍ଟର ମଦନ ମୋହନ ଜେନା,ସ୍ୱତନ୍ତ୍ର ଅତିଥି ଭାବେ ସାମ୍ୱାଦିକ ସୁଧାଂଶୁ ରାଉତ, ସମ୍ମାନିତ ଅତିଥି ଭାବରେ ସବ୍ୟସାଚୀ ଶତପଥି, ଓ ହେମନ୍ତ କୁମାର ଦାସ ଯୋଗଦେଇଥିଲେ |ଆୟୋଜିତ ସଭାରେ ନିଆଳି ର ଯୁବସମାଜସେବୀ ଆଦେଶ ବସ୍ତିଆଙ୍କୁ ସମାଜ ସେବାପାଇଁ ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା |ଟ୍ରଷ୍ଟର ପରିଚାଳନା ନିର୍ଦେଶକ ମୃତ୍ୟୁଞ୍ଜୟ ଦାଶ ବାର୍ଷିକ ବିବରଣୀ ପାଠକରିଥିବାବେଳେ ପ୍ରିୟବ୍ରତ ଦାଶ ମଞ୍ଚ ପରିଚାଳନା କରିଥିଲେ |ପଣ୍ଡିତ ଶ୍ରୀନିବାସ ଆଚାର୍ଯ୍ୟ ଓ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ବେଦ ପାଠ କରି ଆସରକୁ ଭାବମୟ କରିଥିଲେ |