ବାଲିକୁଦା, 30/07/2025, ଉତ୍କଳ voice news - utkalvoicenews.com

ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ସାଧନାର ଅନ୍ୟତମ ସାରଥି ଶ୍ରୀଶ୍ରୀ ବଡ଼ମା' ଙ୍କ ୧୩୨ ତମ ଜନ୍ମୋତ୍ସବ ଏକ ମନୋଜ୍ଞ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋରିକିନା ସତସଙ୍ଗ କେନ୍ଦ୍ର ପରିସରରେ ବିପିନି ବିହାରୀ ରାଉତ (ସ ପ୍ର ରୁ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗଳିକ ଗାନ ଓ ବିନତି ପ୍ରାର୍ଥନା ପରେ ସକାଳ ୮ ଟା ୫୦ ମିନିଟ୍ ରେ ଶ୍ରୀଶ୍ରୀ ବଡ଼ମା ଙ୍କର ଜନ୍ମ ଲଗ୍ନ ଘୋଷଣା କରାଯାଇଥିଲା । ସମଗ୍ର ଭାରତବର୍ଷ ଓ ବର୍ହିର ଭାରତରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ଦର୍ଶନ ଓ ସତସଙ୍ଗର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀଶ୍ରୀ ଠାକୁରଙ୍କ ଲୀଳା ସଙ୍ଗୀନ ଶ୍ରୀଶ୍ରୀ ବଡ଼ମା' ଙ୍କ ପ୍ରମୁଖ ଅବଦାନ ଓ ଦିଗଦର୍ଶନ ସତସଙ୍ଗର ପ୍ରଚାର ଓ ପ୍ରସାର ବିଶେଷ ଭାବରେ ହୋଇପାରିଥିଲା ବୋଲି ମତପ୍ରକାଶ ପାଇଛି । ସଦ୍ ଗୁରୁ ଶତନାମ ଓ ସତସଙ୍ଗର ଆଶ୍ରୟ ଦ୍ୱାରା ନାରୀ ମାନଙ୍କ ମଧ୍ୟରେ ଶ୍ରୀଶ୍ରୀ ଠାକୁର ଙ୍କ ଦର୍ଶନ ଓ ଗୁରୁଙ୍କ ପ୍ରତି ଅନୁରକ୍ତି ଦ୍ୱାରା ସାଧାରଣ ମଣିଷ ସ୍ୱର୍ଗୀୟ ଶାନ୍ତି ଓ ଦିବ୍ୟ ଭାବନା ପ୍ରାପ୍ତି ହୋଇଥାଏ ବୋଲି ଏହି ଆଧ୍ୟାତ୍ମିକ ସଭାରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଆଜିର ସମାଜରେ ଶ୍ରୀଶ୍ରୀ ବଡ଼ମା ଙ୍କ ଜୀବନଜର୍ଯ୍ୟ ଓ ଆଧ୍ୟାତ୍ମିକ ଦର୍ଶନ ଆମ ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି ଉପସ୍ଥିତ ବାଲିକୁଦା ତହସିଲଦାର ବିକାଶରଞ୍ଜନ ମତପ୍ରକାଶ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ବୀରନାରାୟଣ ପାତ୍ର, ଯାଜକ କାର୍ତ୍ତିକ ଚନ୍ଦ୍ର ବେହେରା, ଶିବ ପ୍ରସାଦ ବେହେରା, ସୁଜିତ କୁମାର ବେହେରା,କେଦାର ପାତ୍ର, ଅଭୟ ବାରିକ,ରତ୍ନାକର ବେହେରା, ରବିନ୍ଦ୍ର ସାହୁ, ବିଚିତ୍ର ରଞ୍ଜନ ସାହୁ, ତପନ କୁମାର ବେରା, ଗୌରାଙ୍ଗ ଖଟୁଆ,ବିରବର ବାରିକ, ପ୍ରମୁଖ ଶ୍ରୀଶ୍ରୀ ଠାକୁର ଙ୍କ ଅନୁଗାମୀ ମାନେ ଏହି ଜନ୍ମ ଜୟନ୍ତୀରେ ଉପସ୍ଥିତ ରହି ଗୁରୁଙ୍କର ଆଶୀର୍ବାଦ କାମନା କରିଥିଲେ । ଏହି ଜନ୍ମତ୍ସବରେ ଆଖପାଖ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମା ମାନେ ଯୋଗଦେଇଥିଲେ । ସତସଙ୍ଗ କେନ୍ଦ୍ର ପରିସରରେ ସମସ୍ତ ଶ୍ରୀଶ୍ରୀ ଠାକୁର ପ୍ରେମୀ ଅନୁଗାମୀ ମାନଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏରସମା, ବାଲିକୁଦା, ଗୋଡ଼ା, ତିତିରା, ବୋରିକିନା ପ୍ରଭୃତି ପଞ୍ଚାୟତର ଆଖପାଖର ଶ୍ରୀଶ୍ରୀ ଠାକୁରଙ୍କ ଅନୁଗାମୀ ଓ ଭକ୍ତ ମାନେ ଯୋଗଦେଇଥିଲେ ।

