ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଟାଓ୍ବାର ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ*

ବୋରାପଦା, 30/07/2025, ଉତ୍କଳ voice news - utkalvoicenews.com
Article Image
ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚାୟର ବୋରାପଦା ଗ୍ରାମରେ କିଛି ମୁଷ୍ଟିମେୟ ବ୍ୟକ୍ତି ଟାଓ୍ବାର ସଂସ୍ଥାକୁ ଆଣି ଦୁଇଟି ଟାୱାର ନିର୍ମାଣ କରୁଥିବାରୁ ଅଂଚଳବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବୋରାପଦା ଗ୍ରାମରେ ଘରକୁ ଲଗାଇ କିଛି ମୁଷ୍ଟିମେୟ ବ୍ୟକ୍ତି ଟାଓ୍ବାର ନିର୍ମାଣ କରୁଥିବାରୁ ଲୋକମାନଙ୍କର ଚଳପ୍ରଚଳ ପାଇଁ ବହୁ ଅସୁବିଧା ସୃଷ୍ଟି ହେଉଛି । ଫଳରେ ଛୋଟ ପିଲା ଯିବା ଆସିବା ବାଟରେ ଓ ଆଇ.ଟି.ଆଇ. ବିଦ୍ୟାଳୟକୁ ପଢିବା ପାଇଁ ଛାତ୍ରଛାତ୍ରୀମାନେ ଭୟଭିତ କରୁଛନ୍ତି । ବିଜୁଳି ମାରିବାରୁ ତା'ର ରେଡିୟମ୍‌ରେ ୩ଜଣଙ୍କୁ ବିଦ୍ୟୁତ୍ ଝଟକା ଲାଗିଲାଣି । ଆଇଟିଆଇର ହଷ୍ଟେଲ୍‌ରେ ଲଗାଇ ଟାଓ୍ବାର ନିର୍ମାଣ ହୋଇଅଛି । ଗ୍ରାମର ସରକାରୀ ଜାଗା ପ୍ଲଟ୍ ନଂ-୬୩ ସରକାରୀ ଜାଗାରେ ନିର୍ମାଣ ହୋଇଅଛି । ଗ୍ରାମର ପଶୁଯନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ବିକଟାଳ ଶବ୍ଦ ଯୋଗୁଁ ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା, ଚଳିବା ଓ ଶୋଇନପାରିବା ଇତ୍ୟାଦି ଅସୁବିଧା ସୃଷ୍ଟି ହେଉଛି । ପ୍ରାୟ ୧୦୦୦ ରୁ ୧୫୦୦ ପରିବାର ବିଜୁଳି ମାରିଲେ ମୃତ୍ୟୁର ଭୟ ରହୁଛି । ତେଣୁ ଏହିସବୁ ଅସୁବିଧାକୁ ସମାଧାନ କରିବା ନିମନ୍ତେ ଭକ୍ତ ଟାୱାରକୁ ସେଠାରୁ ଉଠାଇଦିଆଯିବା ପାଇଁ ନୂତନ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍‌ଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଗ୍ରାମର ସୁମିତ୍ରା ଦେହୁରୀ, ଭୀମ୍‌ସେନ୍ ଗୋଚ୍ଛାୟତ, ପରମାନନ୍ଦ ନାଏକ, ପର୍ଶୁରାମ ନାଏକ, ଅଂଶୁମାନ୍ ପଧାନ, ପ୍ରକାଶ କୁମାର ଦେହୁରୀ, ଶ୍ରୀନିବାସ ବାହେରା, ହୃଦାନନ୍ଦ ଲୁହା, ମମତା ନାଏକ, ସଂଗ୍ରାମ କେଶରୀ ସେଠୀ, ସାଗରିକା ନାଏକ ଓ ସୂର୍ଯ୍ୟକାନ୍ତ ମହାରଣା ପ୍ରମୁଖଙ୍କ ସମେତ ଶତାଧ‌ିକ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ ।
1