ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଙ୍କ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ପରିଦର୍ଶନ l

ପାରାଦୀପ ଗଡ, 31/07/2025, ଉତ୍କଳ voice news - utkalvoicenews.com
Article Image
ରାଜ୍ୟ ଓ ଜଗତସିଂହପୁର ଜିଲ୍ଳାର ଏକ ବୃହତ୍ ଗ୍ରାମ ପଞ୍ଚାୟତ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ସାମାଜିକ ନିରାପତ୍ତା, ପାନୀୟଜଳ, ମହିଳା ସଶକ୍ତିକରଣ, ଯୁବ ସେବା, କ୍ରୀଡ଼ା, ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଅଗ୍ରଣୀ ପଞ୍ଚାୟତ କୁ ଜଗତସିଂହପୁର ଜିଲ୍ଲା ନୋଡାଲ ଅଫିସର୍ ବରିଷ୍ଟ ଆଇ.ଏ.ଏସ୍. ଶ୍ରୀମତୀ ଉଷା ପାଢ଼ୀ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଵାସ୍ଥ୍ୟ, ଶିକ୍ଷା, ସାମାଜିକ ନିରାପତ୍ତା, ରେସନ୍ କାର୍ଡ, ମହିଳା ସସସ୍ତ୍ରିକରଣ, ପାନୀୟ ଜଳ, ଜଳ ନିସ୍କାସନ, ବ୍ୟାଙ୍କ୍ ଓ ଡାକ ସେବା, ଅନ୍ତଦୟ ଓ ପ୍ରଧାନମନ୍ତ୍ରୀ ବାସ ଗୃହ ଆଦି ଯୋଜନା ର କାର୍ଯ୍ଯ କାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ପଞ୍ଚାୟତ ରେ ଥିବା ବିଭିନ୍ନ ସୁବିଧା, ଅସୁବିଧା ସଂମ୍ପର୍କରେ ବିଭିନ୍ନ ବର୍ଗ ର ଲୋକଙ୍କ ଠାରୁ ସିଧା ସଳଖ ପଚାରି ବୁଝିଥିଲେ l ଏହି ପଞ୍ଚାୟତ ଟି ପାରାଦୀପ ପୌରପରିଷଦ ସୀମା ସହିତ ସଂଲଗ୍ନ ଥିବାରୁ ଓ ପଞ୍ଚାୟତ ରେ ସହରୀ ସୁବିଧା ଉପଲବ୍ଧ ହେଉ ଥିବାରୁ ଭବିଷ୍ୟତରେ ଏହି ପଞ୍ଚାୟତ ଟି ପାରାଦୀପ ପୌରପରିଷଦ ସହିତ ସାମିଲ ହେବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ l ସେ ଯାହା ଯାହା ଜାଣିଲେ ଏହାର ସମାଧାନ ପାଇଁ ସରକାର ଙ୍କୁ ସୁପାରିସ କରିବେ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ୧୫ ଜଣ ରାସନ କାର୍ଡ ଏବଂ ୦୪ ଙ୍କୁ ଅନ୍ତଦୟ ଗୃହ ର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା l ସେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରିବା ସହିତ ଆଗକୁ ଗରିବ ଓ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ପଞ୍ଚାୟତ ପକ୍ଷରୁ ଶ୍ରୀମତୀ ଉଷା ପାଢ଼ୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରାସାଦ ସ୍ବାଇଁ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଂଜନ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ, ଜଗତସିଂହପୁର, କୁଜଙ୍ଗ ଶିଶୁ ଓ ମହିଳା ବିକାଶ ଅଧିକାରୀ ରାଜଶ୍ରୀ ସାହୁ, ଯୋଗାଣ ଅଧକାରୀ ଦୀପକ ପାତ୍ର, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଯନ୍ତ୍ରୀ ମାନସୀ ବେହେରା, ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଅଧିକାରୀ, ଚିନୁ ସାହୁ, ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ସତ୍ୟନାରାୟଣ ମହାପାତ୍ର, ଦେବ ଦୁର୍ଲ୍ଲଭ କର, ଅଲେଖ ମହାରଥା, ରମେଶ ବେହେରା, ପ୍ରଭାତ ସାହୁ, ବିଚିତ୍ର ପ୍ରଧାନ, ଏମ୍.ବି.କେ. କଲ୍ପନା ମହାପାତ୍ର, ମିଲି ମଲ୍ଲିକ, ସତ୍ୟଭାମା ସ୍ବାଇଁ, ମିନାକ୍ଷୀ ସ୍ବାଇଁ, ଶୁଭସ୍ମିତା ମଙ୍ଗରାଜ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ଜେନା, ଏ.ଡି.ଇ.ଓ. ସିପ୍ରାରାଣି ପତି ପ୍ରମୁଖ ଉପସ୍ଥିତ ଥିଲେ l
Article Image
Article Image
Article Image
Article Image
Article Image
Article Image
1