ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ଧାନ କ୍ରୟ ର ଶୁଭାରମ୍ଭ* *ରାହାମାରେ ଅନୁଷ୍ଠିତ*

ରାହାମା, 18/01/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ ରାହାମା ନିୟନ୍ତ୍ରିତ ବଜାର କମିଟି, ରାହାମା ଅନ୍ତର୍ଗତ କୁଜଙ୍ଗ ଓ ଏରସମା ବ୍ଲକ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଚଳିତ ଖରିପ ୨୦୨୪-୨୦୨୫ବର୍ଷ କାର୍ଯ୍ୟ ସୂଚୀ ଅନୁଯାଇ କୁଜଙ୍ଗ ବ୍ଲକ ରାହାମା ଠାରେ ଶିଳ୍ପ, ଦକ୍ଷତା ଓ ବୈଷୟିକ ଶିକ୍ଷା ଓଡିଶା ସରକାର ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ କରକମଳ ରେ ସାଇଲୋ ସେବା ସମବାୟ ସମିତି ମାଧ୍ୟମରେ ଜିଲ୍ଲା ସ୍ତରୀୟ ଧାନ କ୍ରୟର ଶୁଭାରମ୍ଭ କରିଥିଲେ ଉପସ୍ଥିତ ସାନମାନୀୟ ଅଧିକାରୀ ବୃନ୍ଦ ଶ୍ରୀଯୁକ୍ତ ଜେ ସୋନାଲ, ମାନ୍ୟବର ଜିଲ୍ଲାପାଳ ଜଗତସିଂହପୁର, ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର,ଶ୍ରୀଯୁକ୍ତ ନିରଂଜନ ବେହେରା ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ତଥା ଅଧକ୍ଷ୍ୟ ନିୟନ୍ତ୍ରିତ ବଜାର କମିଟି,ରାହାମା,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ ଉପ ଜିଲ୍ଲାପାଳ ଜଗତସିଂହପୁର ତଥା ଅଧକ୍ଷ୍ୟ ନିୟନ୍ତ୍ରିତ ବଜାର କମିଟି ଜଗତସିଂହପୁର, ପ୍ରଭାତ ଚନ୍ଦ୍ର ଶତପଥି ଉପ ନିବନ୍ଧକ ସମବାୟ ସମିତି ସମୂହ, ଶ୍ରୀମତୀ ସୁଜାତା ସୁଜାତା ମିଶ୍ର ଜିଲ୍ଲା ଜିଲ୍ଲାଯୋଗାଣ ଅଧିକାରୀ , ଜଗତସିଂହପୁର ଯୋଗ ଦାନ କରିଥିଲେ। କୁଜଙ୍ଗ ବ୍ଲକ ଅନ୍ତର୍ଗତ ସମସ୍ତ କ୍ରୟ କେନ୍ଦ୍ର ଓ ତା ୨୧-୦୧-୨୦୨୫ ଠାରୁ ଏରସମା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ କ୍ରୟ କରଯାଉଛି ତେଣୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ସେମାନେ ତାଙ୍କର ଉତ୍ପାଦିତ ଧାନକୁ ଭଲ ଭାବେ ଶୁଖାଇ ଓ ସଫା କରି ଏଫ. ଏ. କିୟୁ ମାନକୁ ଉର୍ନତି କରାଇ କ୍ରୟ କେନ୍ଦ୍ରରେ ବିକ୍ରି କରିବେ। ଶୁଖିଲା ଓ ସଫା ଧାନ ବିକ୍ରୟ କେନ୍ଦ୍ର କୁ ଆଣନ୍ତୁ। ଏବଂ ସରକାର ଧାର୍ଯ୍ୟ ଉଚିତ ମୂଲ୍ୟ ପାଆନ୍ତୁ। ଚାଷୀ ମାନେ ବିକ୍ରୟ ସମ୍ଭଦୀୟ ତଥ୍ୟ ନିମନ୍ତେ ପଞ୍ଜିକୃତ ମୋବଇଲ ରୁ ରାଜ୍ୟ ସରକାରଙ୍କ ଙ୍କ ଟୋଲ ଫ୍ରୀ ନମ୍ବର ୧୯୬୭ ରେ କଲ୍ କରି ସବିଶେଷ ତଥ୍ୟ ପାଇଁ ପାରିବେ। ସାଇଲୋ, ତେରମାଣପୁର, ଛୋଟିବର, ଭରାଳ, ମୁଥାପଦା, ନିଶ୍ଚିତକୋଇଲି, ରାଇଗଣ, ହିତରଣା,, ତାଳପଡା, ସିଉନ୍ଦୀ, ରାହାମା, ଖୁଣ୍ଟଳ ଗ୍ରାମର ଚାଷୀ ମାନେ ଯୋଗଦାନ କରିଥିଲେ ସାଇଲୋ ସମବାୟ ସମିତି ସମ୍ପାଦକ ସଚ୍ଚିଦାନନ୍ଦ ବୈଶାଖ,ସଭାପତି ପ୍ରଦୀପ କୁମାର ବେଉରା, ରାହାମା ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ବିଶ୍ୱ ନାଥ ମହାନ୍ତି ଉପସ୍ଥିତ ରହି ଚାଷୀ ମାନଙ୍କୁ ଧାନ ର ଗୁଣବତା ମସରାଇଜର ମେସିନେ, କମ୍ପୁଟରରାଇଜ଼ ମିଶିନ ର ପରୀକ୍ଷା କରାଯାଇଧାନ ର ମାନ ନିଧାରଣ କରଯାଇ ଉଚିତ ମୂଲ୍ୟ ଦିଆଯିବ ବୋଲି କହିଥିଲେ।ଏ ସରକାର ଲୋକ ସରକାର ଓ କଥା ଦେଇ କଥା ରଖିଲେ ବୋଲି ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ। ସର୍ବ ଶେଷରେ ଜିଲ୍ଲା ପାଳ ଚାଷୀ ଭାଇ ଭଉଣୀ ମାନେ ଧାନ ମଣ୍ଡିରେ ଶୃଙ୍ଖଳା ର ସହିତ ଧାନ କ୍ରୟ ରେ ଜିଲ୍ଲା ପ୍ରଶାସନ ସହିତ ସହଯୋଗ କରିବାକୁ ସବିନୟ ଅନୁରୋଧ କରିଥିଲେ !
1