ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ଅଲଣା ସରକାରୀ ସ୍କୁଲ ରେ ପ୍ରଧାନଶୀକ୍ଷୟିତ୍ରୀଙ୍କୁ ତାଲା ପକେଇଲେ ସ୍ଥାନୀୟ ଲୋକେ !!
ତିର୍ତ୍ତୋଲ, 31/07/2025, ଉତ୍କଳ voice news - utkalvoicenews.com(ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ) :
ଗତ ଜୁଲାଇ ୨୩ ତାରିଖରେ ପାଚିକା ଚୟନ !ଜୁଲାଇ ୩୦ ତାରିଖରେ ପାଚିକାର ନିଯୁକ୍ତି ଖତମ୍ !ପ୍ରଧାନଶିକ୍ଷୟିତ୍ରୀ ପାଚିକାକୁ ରୋଷେଇ କରିବାକୁ ବାରଣ କରିବାରୁ ସ୍ଥାନୀୟ ଲୋକେ ସ୍କୁଲ ଘରେ ଦିଦିଙ୍କୁ ପକେଇଲେ ତାଲା !ଅପରପକ୍ଷେ ପାଚିକାର ଆତ୍ମସମ୍ମାନ ରେ ଆଞ୍ଚ ଆସିବାରୁ ଦେହରେ କିରୋସିନି ଢାଳି ନିଆଁ ଲଗେଇବାକୁ ଉଦ୍ୟମ !ଉଦ୍ଧାରକଲେ ସ୍ଥାନୀୟ ଲୋକେ !ଘଟଣା ସ୍ଥଳରେ ପହଁଚିଲା ପୋଲିସ !ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ଅଲଣା ସରକାରୀ ଉପ୍ରା ବିଦ୍ୟାଳୟ ମଧ୍ୟରେ !ଖବର ଅନୁସାରେ ଉକ୍ତ ସ୍କୁଲର ପୂର୍ବ ପାଚିକାଙ୍କ ଅବସର ପରେ ପାଚିକା ଚୟନ ନିମନ୍ତେ ଜୁଲାଇ ୨୩ ତାରିଖରେ ସ୍କୁଲ କମିଟି ଓ ଅଂଚଳବାସୀଙ୍କ ମନୋନୟନ ବଳରେ ଅଞ୍ଜନା ଓଝା ନାମ୍ନୀ ମହିଳାଙ୍କୁ ଚୟନ କରାଯାଇ ରେଜୁଲେସନ ଲେଖି ଉପସ୍ଥିତ କିଛି ଲୋକଙ୍କ ସ୍ଵାକ୍ଷର କରାଇ ନେଇଥିଲେ ! ଏହି ଚୟନ ପ୍ରକ୍ରିୟାରେ ତିର୍ତ୍ତୋଲ ର ଅତିରିକ୍ତ ଶିକ୍ଷାମଣ୍ଡଳ ଅଧିକାରିଣୀ ବିଷ୍ନୁପ୍ରିୟା ଦେବୀ, ଏହି କ୍ଲଷ୍ଟର ର ସିଆରସିସି ଅଫିସିଆଲି ଯୋଗଦେଇ ଥିବା ବେଳେ ପାଚିକା ଚୟନ ପାଇଁ ୩୦, ୦୦୦ ଟଙ୍କା କୁଆଡେ ଦାବୀ କରାଯାଇଥିଲା ବୋଲି ସ୍ଥାନୀୟ ସମିତିସଭ୍ୟା ଙ୍କ ବୟାନରୁ ଜଣାଯାଏ !ତାପରେ ୩୦ ତାରିଖରେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ଅସିଲାରୁ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କ୍ଷେତ୍ରମଣୀ ସ୍ୱାଇଁ ପାଚିକା ଅଞ୍ଜନା କୁ ରୋଷେଇ ପାଇଁ ବାରଣ କରି ଥିଲେ !ତାଙ୍କୁ କୁଆଡେ ଉପରୁ ଚାପ ପକାଯାଇଥିଲା ଯେ ପାଚିକା କୁ କାର୍ଯ୍ୟଭାର ନଦେବାକୁ !ଏଇଠି ପ୍ରଶ୍ନ ଉଠେ ପାଚିକା ଜଣକ ୩୦, ୦୦୦ ଟଙ୍କା ଦେଇ ନପାରିବାରୁ ଏପରି ଚାପ ପ୍ରୟୋଗ କରାଯାଇ ନାହିଁ ତ ! ଯାହା ଫଳରେ ପାଚିକା ନିଜ ଦେହରେ କିରୋସିନି ଢାଳିହୋଇ ଆତ୍ମଦାହ କରିବାକୁ ଉଦ୍ୟତ ହୋଇଥିଲା ! ଗ୍ରାମବାସୀ ପାଚିକାକୁ ଏପରି ନକରିବାକୁ ଦେଇ ଉଦ୍ଧାର କରିଥିଲେ ! ଏବଂ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଯେପରି ବିଓ ଏବଂ ଏବିଓ ଉଭୟ ଆସି ସ୍କୁଲରେ ପହଁଚିବେ ସେଥିପାଇଁ ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ଘରେ ତାଲା ବନ୍ଦ କରି ରଖିଥିଲେ !ଘଟଣା ବିଷୟରେ ବ୍ଲକଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରିଣୀ ଜାଣିବା ପରେ ବି ଆସି ପହଞ୍ଚି ପାରିଲେ ନାହିଁ ବରଂ ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ବନ୍ଦ ଗୃହରୁ ଉଦ୍ଧାର କଲେ !ଚର୍ଚ୍ଚା ହେଉଛି ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଫିସ ରେ ଲାଞ୍ଚନେବା ପରି ଏତେ ହୀନ କାର୍ଯ୍ୟ ଚାଲିଛି କିପରି ?? ଲାଞ୍ଚ ନେଉଛି କିଏ ??? ବିଓ ନେଉଛି ନା ଏବିଓ ନେଉଛି ??? ଏ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଯେବେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ପାରନ୍ତା ତେବେ ଶିକ୍ଷାମଣ୍ଡଳ ର କ୍ରାଇମ ରୋକା ଯାଇ ପାରନ୍ତା !!
1