ଜଗତସିଂହପୁର, 31/07/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ ) :
ଜଗତସିଂହପୁର ପୋଷ୍ଟ ଅଫିସଛକରୁ ଆଳିପିଙ୍ଗଳ ର ଦୂରତା 5କିମି |ଏହି ରାସ୍ତା ଉପରେ ଜଗତସିଂହପୁର ରୁ ଭୁବନେଶ୍ୱର ଯିବା ଲୋକେ ନିର୍ଭର କରନ୍ତି |ଜିଲ୍ଲାର ତିନୋଟି ପ୍ରମୁଖ ବାଲିଘାଟର ବାଲିଗାଡ଼ି ଗୁଡିକ, ଏହିରାସ୍ତା ଦେଇ ଯିବା ଆସିବା କରନ୍ତି |ଗାଡ଼ି ମଟର ଚଳାଚଳ ସଂଖ୍ୟା ବହୁତ ବଢିଯାଇଛି |ରାସ୍ତାର ଅବସ୍ଥା ଠିକ ନାହିଁ |ପୁନଶ୍ଚ ଏହି ରାସ୍ତାର ଯଶୋବନ୍ତପୁର ପଂଚାୟତ କମାରସାହି ନିକଟରେ ଲାଗଲାଗ 4ଟି ବୁଲାଣୀ ରହିଛି |ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଛି |ପଥଯାତ୍ରୀ ଓ ଜନସଧାରଣ ଅସୁରକ୍ଷିତ |ଏହାକୁ ଦୂରକରିବା ପାଇଁ, "ଗଳୁପଡା କେନାଲ ଡାହାଣ ପାର୍ଶ୍ଵ ଦେଭୋଗ ଠାରୁ -କାଠୁଆପାଟଣା ଖଣ୍ଡୁଆଳି ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଶାଖା କେନାଲ ବନ୍ଧକୁ ଆର. ଡି ରାସ୍ତା କରାଯାଉ, ଖଣ୍ଡୁଆଳି ଠାରୁ -କମାର ସାହି ଓ ଯଶୋବନ୍ତପୁର ପଂଚାୟତ କାର୍ଯ୍ୟାଳୟଠାରୁ -ଆଳିପିଙ୍ଗଳ ରାସ୍ତାକୁ ସଂଯୋଗ କରାଯାଉ |ଜିଲ୍ଲା ପ୍ରଶାସନ ଏହି ପ୍ରସ୍ତାବ ଉପରେ ଅନୁସନ୍ଧାନ କରିବାକୁ ଉପକୂଳ ଓଡିଶା ବିକାଶ ପରିଷଦ ର କର୍ମକର୍ତ୍ତା ଡକ୍ଟର ଧୃତିଧର ଦାସ, ନୃସିଂହ ଚରଣ ବାରିକ, ଗୌରାଙ୍ଗ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, benudhar ନାୟକ, ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତରାୟ, ଲୋକନାଥ ସାହୁ, ସରୋଜ ନାୟକ ପ୍ରମୁଖ ନିବେଦନ କରିଛନ୍ତି |