ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବେଦଦ୍ଯୁତି ହେଲେ ଭାରତୀୟ ଜାତୀୟ ମଜଦୁର କଂଗ୍ରେସ (ଆଇଏନଟିଉସି) ଯୁବ ଶାଖା ର ଜଗତସିଂହପୁର ଜିଲ୍ଲା ସଭାପତି*

ତିର୍ତୋଲ, 01/08/2025, ଉତ୍କଳ voice news - utkalvoicenews.com(ତିର୍ତୋଲ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
Article Image
ଭାରତୀୟ ଜାତୀୟ ମଜଦୁର କଂଗ୍ରେସ(ଆଇଏନଟିଉସି ) ଓଡିଶା ପକ୍ଷରୁ ଇଂ ବେଦଦ୍ୟୁତି ପୃଷ୍ଟି ଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ ସଭାପତି ଭାବେ ଚୟନ କରାଯାଇଥିବା ଜଣା ଯାଇଛି, ଇଂ ପୃଷ୍ଟି ପୂର୍ବରୁ ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ସଭାପତି, ନିଶୂଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ର ଜିଲ୍ଲା ସଭାପତି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ର ଜଣେ ଅଗ୍ରଣୀ ସୂଚନା ଅଧିକାର ଓ ସାମଜିକ କର୍ମୀ ଭାବରେ ସେ ବେଶ ଜଣାଶୁଣା। ଏହି ଅବସରରେ ଇଂ ପୃଷ୍ଟି ଜଗତସିଂହପୁର ଜିଲ୍ଲାର ଯୁବ, ଛାତ୍ର, ମହିଳା ଓ ଶ୍ରମିକ ମାନଙ୍କ ହକ ଓ ଅଧୂକାର ର ଲଢେଇ କରିବେ ବୋଲି କହିଛନ୍ତି। ଏହି ନିଯୁକ୍ତି ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡିଶା ର ସଭାପତି ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ, ଓଡିଶା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଶ୍ରୀଯୁକ୍ତି ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇବା ସହ ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଆଶୀର୍ବାଦ କାମନା କରିଛନ୍ତି।
Article Image
Article Image
1