ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର l

ପାରାଦୀପ ଗଡ, 01/08/2025, ଉତ୍କଳ voice news - utkalvoicenews.com
Article Image
ଭୂମିକା ଚକ୍ଷୁ ହସ୍ପିଟାଲ୍, ଜଗତସିଂହପୁର ଆନୁକୁଲ୍ୟରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର "ପଞ୍ଚାୟତ ସଂସଦ" ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ୩୨ ଜଣ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ l ସେମାନଙ୍କ ମଧ୍ୟରୁ ୦୬ ଜଣ ରୋଗୀ ଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜଗତସିଂହପୁର ଭୂମିକା ଚିକିତ୍ସାଳୟ କୁ ପଠା ଯାଇଛି l ଉକ୍ତ ଶିବିର କୁ ସର୍ଜରୀ ସହାୟିକା ଜାନକୀ ସାହୁ, ଏ.ଏଚ.ଏମ୍. ଅଜୟ କୁମାର ଦାସ, ସି.ଏଚ୍.ଓ. ଉଲ୍ଲାସ ବାବୁ, ଓପଟମ ଦୀପାଳି ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ପଞ୍ଚାୟତ ତରଫରୁ ସତ୍ୟନାରାୟଣ ମହାପାତ୍ର, ଚନ୍ଦ୍ର ଶେଖର ଚୌଧୁରୀ, ପ୍ରଭାତ ସାହୁ ପ୍ରମୁଖ ସେମାନଙ୍କୁ ସହାୟତା ପ୍ରଦାନ କରିଥିଲେ l ପ୍ରତି ମାସରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଏହିପରି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି l
Article Image
Article Image
Article Image
10