ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡା, 01/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଅବସର ଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଶତପଥୀଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦୁପଦର କଲେଜର ଅବସରପ୍ରାପ୍ତ ପ୍ରିନ୍ସପାଲ ସୁବାଷ ଚନ୍ଦ୍ର ଜେନା ଓ ତଳସାକର କ୍ଲଷ୍ଟରର ସିଆରସିସି ଦିଲ୍ଲୀପ କୁମାର ବେହେରା ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ସନା ମାଝୀ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପୀନାଥ ଭୋଇ, କିରନ ସେଠୀ, ରବିନ୍ଦ୍ରନାଥ ସ୍ଵାର, ମୋଚିରାମ ଜେନା, ଦଣ୍ଡପାଣି ଡାକୁଆ, ଖେଳ ଶିକ୍ଷକ ଭଞ୍ଜକିଶୋର ଗୌଡ଼ ପ୍ରମୁଖ ଶ୍ରୀ ଶତପଥୀଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ଓ ଉପହାର ପ୍ରଦାନ କରି ଅବସର ସମୟ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
Article Image
Article Image
1