ପାରାଦୀପ ଗଡ, 19/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୧୯.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଦୀପ ଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ର ଉନ୍ନତି କରଣ ଓ ଗ୍ୟାଲେରୀ ର ଉଦ୍ଘାଟନ ହୋଇଯାଇଛି l
ଆର୍ସେଲର, ମିତ୍ତଲ ଓ ନିପ୍ପନ ଷ୍ଟିଲ କମ୍ପାନି ଦ୍ବାରା ନିର୍ମିତ ମିନି ଷ୍ଟାଡିୟମ କୁ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l
ସ୍ୱାଧୀନତା ର ୭୭ ବର୍ଷ ପରେ ପାରାଦୀପ ଅଞ୍ଚଳରେ ଏକ ଷ୍ଟାଡିୟମ ନଥିବାରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ବିଭିନ୍ନ କଳ କାରଖାନା କତୃପକ୍ଷ ଙ୍କୁ ଜଣାଇଥିଲେ l

ଫଳରେ ଆର୍ସେଲର ମିତ୍ତଲ ଓ ନିପ୍ନନ୍ ଷ୍ଟିଲ କମ୍ପାନୀ ତାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଉକ୍ତ ମିନି ଷ୍ଟାଡିୟମ ନିର୍ମାଣ କରିଥିଲେ l ଆଜି ଏକ ସ୍ୱତନ୍ତ୍ର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଉକ୍ତ ଷ୍ଟାଡିୟମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କମ୍ପାନୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି.ସୁରେଶା, ସି.ଏସ. ଆର୍, ହେଡ ବିକାଶ ୟଦେବେନ୍ଦୁ, ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ଯୋଗ ଦେଇଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଂଜୟ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ କମ୍ପାନୀ ସି,ଏସ୍,ଆର ପାରାଦୀପ ୟୁନିଟ୍ ମୁଖ୍ୟ ଦେବାଶିଷ ସ୍ୱାଇଁ ସଭା ସଞ୍ଚାଳନ କରିଥଲେ l ଦେବଦୂର୍ଲ୍ଲବ କର ଧନ୍ୟବାଦ୍ ଦେଇଥିଲେ l ସଭା ଶେଷରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ ଚମ୍ପିୟାନ ହୋଇଥିବା ପାରାଦୀପ ଗଡ କ୍ରିକେଟ୍ ଟିମ୍ କୁ ଚମ୍ପିୟାନ ଟ୍ରଫି ଓ ନଗଦ ୨୫ ହଜାର ଟଙ୍କା ଅର୍ଥରାଶି ଏବଂ ଭୂତମୁଣ୍ଡାଇ ଟିମ୍ କୁ ରନର୍ସ ଅପ୍ ଟ୍ରଫି ଓ ନଗଦ ୧୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ଆଗମୀ ବର୍ଷ ରେ ଷ୍ଟାଡିୟମ ର ଆଲୋକି କରଣ କରାଯିବା ସହିତ ଏହାର ପାରିପାର୍ଶିକ ଉନ୍ନତି କରାଯିବା ବୋଲି ମିତ୍ତଲ୍ ପାରାଦୀପ ୟୁନିଟ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି, ଶୁରେଶା ପ୍ରକାଶ କରିଥିଲେ